fbpx

ମଣିଷ ୟୁରିନରେ ଚାର୍ଜ ହେବ ମୋବାଇଲ୍ ଫୋନ ଓ ଚାଲିପାରିବ ଟିଭି! ବୈଜ୍ଞାନିକଙ୍କୁ ମିଳିଲା ବଡ଼ ସଫଳତା

ଲଣ୍ଡନ: ଫୋନ୍ ଚାର୍ଜ କରିବା ପାଇଁ ଏବଂ ଟିଭି ଚଲାଇବା ପାଇଁ ଆପଣ ବିଜୁଳିର ଆବଶ୍ୟକତା ନାହିଁ । ଆପଣ ନିଜର ୟୁରିନ୍ ରୁ ବିଜୁଳି ଉତ୍ପନ୍ନ କରିପାରିବେ ଏବଂ ଏହାଦ୍ୱାରା ଯେତେ ଚାହିଁବେ ବିଜୁଳି ଉତ୍ପନ୍ନ କରିପାରିବେ । ଆଉ ଏହାକୁ ଆପଣ ନିଜର ଫୋନ୍ ଚାର୍ଜ ଠାରୁ ଆରମ୍ଭ କରି ଘରର ବିଭିନ୍ନ କାମରେ ଲଗାଇପାରିବେ । ରିପୋର୍ଟ ମୁତାବକ, ୟୁରିନ୍ ରୁ ତିଆରି ହୋଇଥିବା ବିଜୁଳି (Pee Power) ଉପରେ କରାଯାଇଥିବା ବୈଜ୍ଞାନିକଙ୍କ ରିସର୍ଚ୍ଚ ସଫଳ ହୋଇଛି । ଏହା ସହିତ ଆପଣ ମାନେ ଲୋକଙ୍କୁ ଭବିଷ୍ୟତରେ ସୌର ଶକ୍ତି, ବାୟୁ ଶକ୍ତି ଏବଂ Pee Power ବା ୟୁରିନ୍ ରୁ ମଧ୍ୟ ବିଜୁଳି ଉତ୍ପନ୍ନ କରିପାରିବେ । ଏହିପରି ଭାବରେ ତିନିଟି ବିକଳ୍ପ ଆପଣ ମାନେ ଆଗାମୀ ଦିନରେ ପାଇପାରିବେ । ଏହା କେବଳ ସ୍ୱଚ୍ଛ ନୁହେଁ ବରଂ ଖୁବ୍ ଶସ୍ତା ବିକଳ୍ପ ହୋଇପାରିବ ।

ବ୍ରିଟେନ୍ ର ବ୍ରିଷ୍ଟଲ୍ ରେ ରିସର୍ଚ୍ଚଙ୍କର ଏକ ଟିମ୍ ମଣିଷ ଶରୀରରୁ ନିର୍ଗତ ହେଉଥିବା ମଳ ଓ ୟୁରିନ୍ ରୁ ସ୍ୱଚ୍ଛ ଶକ୍ତି ଇନ୍ଧନ ସେଲ୍ ବିକଶିତ କରିଛନ୍ତି । ଏହି ସେଲ୍ ମାନବ ବର୍ଜ୍ୟରୁ ବିଦ୍ୟୁତ୍ ଉତ୍ପନ୍ନ କରାଇପାରିବ । ଅଧ୍ୟୟନକାରୀ ମାନେ ଦାବି କରିଛନ୍ତି ଯେ, ୟୁରିନ୍ ରୁ ତିଆରି ହୋଇଥିବା ବିଦ୍ୟୁତ୍ ଦ୍ୱାରା ଆପଣ ପୂରା ଦିନ ଘରକୁ ଉଜ୍ୱଳ କରିପାରିବେ । ରିପୋର୍ଟ ଅନୁସାରେ, ଏହି ପି ପାୱାର୍ ପ୍ରୋଜେକ୍ଟକୁ ଦୁଇ ବର୍ଷ ପୂର୍ବରୁ Glastonbury festival ରେ ଆରମ୍ଭ କରାଯାଇଥିଲା । ସେଠାରେ ବୈଜ୍ଞାନିକ ମାନେ ବ୍ୟାଖ୍ୟା କରିଥିଲେ ଯେ, ୟୁରିନ୍ ରୁ ମଧ୍ୟ ବିଦ୍ୟୁତ୍ ବାହାର କରାଯାଇପାରିବ । ଆଉ ତାପରଠାରୁ ୟୁରିନ୍ ରୁ ଉତ୍ପନ୍ନ ବିଦ୍ୟୁତ୍ ସହାୟତାରେ ମୋବାଇଲ୍ ଫୋନ୍, ଲାଇଟ୍, ଟିଭି ଆଦି ଚଳାଇବାର ମିଶନ ଆରମ୍ଭ କରାଯାଇଥିଲା ।

ବ୍ରିଷ୍ଟଲ୍ ବାୟୋ ଏନର୍ଜି ସେଣ୍ଟର୍ ର ବୈଜ୍ଞାନିକଙ୍କ କହିବାନୁସାରେ, ୫ ଦିନ ପର୍ଯ୍ୟନ୍ତ ଜାରି ରହିଥିବା ଫେଷ୍ଟିଭଲ୍ ରେ ଆସିଥିବା ଲୋକମାନେ ଟଏଲେଟ୍ ରେ କରିଥିବା ୟୁରିନ୍ ରୁ ୩୦୦ ୱାଟ୍ ପ୍ରତି ଘଣ୍ଟା ଅନୁସାରେ ବିଦ୍ୟୁତ୍ ଉତ୍ପନ୍ନ କରିବାରେ ସଫଳତା ମିଳିଥିଲା । ଅନ୍ୟପଟେ ଆପଣ ମାନେ ପି ପାୱାର୍ ଜରିଆରେ ୧୦ ୱାଟ୍ କ୍ଷମତା ବିଶିଷ୍ଟ ବଲବ୍ କୁ ୩୦ ଘଣ୍ଟା ପର୍ଯ୍ୟନ୍ତ ଜଳାଇ ପାରିବେ ।

ବୈଜ୍ଞାନିକଙ୍କ ମୁତାବକ, ଆଖିରେ ଦେଖା ଯାଉନଥିବା ପରି ସବୁଠାରୁ ଛୋଟ ଜୀବ ମାଇକ୍ରୋବସ୍ ର ବ୍ୟବହାର ଏଥିରେ କରାଯାଇଛି । ସେମାନେ ଗୋଟିଏ ବାକ୍ସନୁମା ସେଲ୍ କୁ ମାଇକ୍ରୋବସ୍ ଦ୍ୱାରା ଭରିଦେଇଛନ୍ତି । ଏହି ମାଇକ୍ରୋବସ୍, ଘାସ, ମଣିଷ ୟୁରିନ୍ ସମେତ ଯେକୌଣସି ଅର୍ଗାନିକ୍ ବସ୍ତୁକୁ ଖାଇ ତାକୁ ବିଜୁଳିରେ ପରିବର୍ତ୍ତନ କରିପାରିବେ ।

 

Get real time updates directly on you device, subscribe now.