fbpx

ବାତ୍ୟା ଆଲର୍ଟ; ଭୟଙ୍କର ରୂପ ନେଉଛି ‘ମୋଚା’! ୧୩୦କି.ମି ଘଣ୍ଟାରେ ବହିବ ପବନ

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ମୋଚା’କୁ ନେଇ ଏବେ ବିଭିନ୍ନ ରାଜ୍ୟ ଆଲର୍ଟ ମୋଡରେ ରହିଛି । ପାଣିପାଗ ବିଭାଗ ମଧ୍ୟ ଏହାକୁ ବିପଦଜନକ ବୋଲି କହି ସାରିଛି । ତେବେ ପାଣିପାଗ ବିଜ୍ଞାନର ପ୍ରମୁଖ ଡା. ଏମ. ମହାପାତ୍ରଙ୍କ କହିବା ଅନୁସାରେ, ପଶ୍ଚିମବଙ୍ଗର ଖାଡି ଅଞ୍ଚଳରେ ଏହି ଝଡ ସମୁଦ୍ର ଉପରେ ୧୨୦ କି.ମି ପ୍ରତି ଘଣ୍ଟା ବେଗରେ ପବନ ବହିବା ସହିତ ଏକ ଗମ୍ଭୀର ବାତ୍ୟାର ରୂପ ନେଇପାରେ । ତେବେ ଘୂର୍ଣ୍ଣିବଳୟର ପୂର୍ବ ସୂଚନା ଦେବା ସହିତ ସୋମବାର ଦିନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସ୍ୟଷ୍ଟି ହେବା ନେଇ ସୂଚନା ଦେଇଥିଲେ ।

ତେବେ ଆସନ୍ତାକାଲି ଏହା ଅବପାତର ରୂପ ନେବାକୁ ଥିବା ବେଳେ ୧୦ ତାରିଖ ବେଳକୁ ପବନର ବେଗ ବଢିବ ବୋଲି କୁହାଯାଇଛି । ତେବେ ମେ’ ୧୧ ତାରିଖ ସୁଦ୍ଧା ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଏବଂ ଖାଡି ଅଞ୍ଚଳ ଦିଗରେ ବଢିବାର ସମ୍ଭାବନା ରହିଛି । ତେବେ ଏହି ସମୟରେ ମଧ୍ୟବଙ୍ଗଳାରେ ପବନର ବେଗ ୧୨୦ କି.ମି ପ୍ରତି ଘଣ୍ଟା ରହିପାରେ । ଏହାପରେ ବାତ୍ୟା ‘ମୋଚା’ ନିଜର ଗତିପଥ ବଦଳାଇ ଉତ୍ତର-ପୂର୍ବୋତ୍ତର ଦିଗରେ ବଢିପାରେ । ଯାହା ଫଳରେ ‘ମୋଚା’ର ପ୍ରଭାବ ପଡେଶୀ ରାଷ୍ଟ୍ର ବାଂଲାଦେଶ ଏବଂ ମିଅାଁମାର ତଟରେ ପଞ୍ଚିବ । ତେବେ ବାଂଲାଦେଶ ତଟକୁ ଯିବା ବାଟରେ ଏହା ଆହୁରି ବିପଦଜନକ ହୋଇପାରେ । ଏହି ବାତ୍ୟା ପାଇଁ ଆଣ୍ଡାମାନ ଏବଂ ନିକୋବର ଦୀପପୁଞ୍ଜକୁ ପୂର୍ବରୁ ଆଲର୍ଟ କରାଯାଇଛି ।

ତେବେ ଆଗାମି ୩ ଦିନପାଇଁ କିଛି ସ୍ଥାନରେ ୨୦ସେ.ମି.ରୁ ଅଧିକ ପ୍ରବଳ ବର୍ଷା ହେବା ନେଇ ଚେତାବନୀ ଦେଇଛି ପାଣିପାଗ ବିଭାଗ । ଏହାସହିତ ସମୁଦ୍ରର ଗତିବିଧି ପାଇଁ ମଧ୍ୟ ବିପଦ ସଙ୍କେତ ଚେତାବନୀ ଦିଆଯାଇଛି । ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବା ପାଇଁ ବାରଣ କରିଛି ପଶାସନ । ତେବେ ମେ’ ୧୨ ତାରିଖରେ ୬୦-୮୦ କି.ମି ପ୍ରତି ଘଣ୍ଟା ବେଗରେ ପବନ ବହିପାରେ ବୋଲି ଅନୁମାନ କରାଯାଉଛି ।

Get real time updates directly on you device, subscribe now.