fbpx
BJD SKY
BJD SKY

ଉପକୃତ ହେଉଛନ୍ତି ଅନେକ ଲୋକେ: ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା, ଜୀବନଜ୍ୟୋତି ବୀମା ଓ ଅଟଳ ପେନସନ୍‍ ଯୋଜନାକୁ ପୂରିଲା ୮ ବର୍ଷ

BJD

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା ଓ ଅଟଳ ପେନସନ୍‍ ଯୋଜନା ଭଳି ସାମାଜିକ ସୁରକ୍ଷା ଯୋଜନାଗୁଡ଼ିକୁ ଆଜି ୮ ବର୍ଷ ପୂରଣ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୫ ମସିହା ଆଜିର ଦିନରେ ଏହି ଯୋଜନା ଶୁଭାରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନାରେ ଏ ପର୍ଯ୍ୟନ୍ତ ୧୬ କୋଟି ହିତାଧିକାରୀ ପଞ୍ଜୀକୃତ ହୋଇଥିବାବେଳେ ପ୍ରଧାନମନ୍ତ୍ରୀ ସୁରକ୍ଷାବୀମା ଯୋଜନା ୩୪ କୋଟି ହିତାଧିକାରୀ ପଞ୍ଜୀକୃତ ହୋଇଛନ୍ତି ।

ସେହିପରି ୫ କୋଟିରୁ ଅଧିକ ହିତାଧିକାରୀ ଅଟଳ ପେନସନ୍‍ ଯୋଜନାରେ ପଞ୍ଜୀକୃତ ହୋଇଛନ୍ତି । ଦେଶର ନାଗରିକଙ୍କ କଲ୍ୟାଣ ଓ ଆର୍ଥିକ ସୁରକ୍ଷା ପ୍ରଦାନ କରିବାକୁ ଏହି ଜନାଭିମୁଖୀ ଯୋଜନା କାର୍ଯ୍ୟକାରୀ କରାଯାଇଥିଲା । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଏହି ତିନୋଟି ଜନସୁରକ୍ଷା ଯୋଜନା ଦେଶର ସାଧାରଣ ଜନତାଙ୍କ କଲ୍ୟାଣ ଏବଂ ମାନବ ଜୀବନକୁ ସୁରକ୍ଷା ପ୍ରଦାନ କରିବା ସହ ଜୀବନହାନୀ କ୍ଷେତ୍ରରେ ପରିବାର ଲୋକଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରୁଛି । ସେହିପରି ଅର୍ଥ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭଗବତ କରାଡ଼ କହିଛନ୍ତି, ତୃଣମୂଳସ୍ତରରେ ଏହି ଜନସୁରକ୍ଷା ଯୋଜନାକୁ ଅଧିକ ବ୍ୟାପକ କରିବାର ଆବଶ୍ୟକତା ରହିଛି ।

Get real time updates directly on you device, subscribe now.