fbpx

ଭାରତ ଆସିବ ମଡର୍ଣ୍ଣା ଟିକା!

Advertisement

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଦେଶକୁ ଆଉ ଏକ କରୋନା ବିରୋଧୀ ଟିକା ମିଳିବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ମଡର୍ଣ୍ଣା ଟିକା ପାଇଁ ଆବେଦନ କରିଛି ଔଷଧ ନିର୍ମାତା କମ୍ପାନୀ ସିପଲା । ଟିକାର ଆମଦାନୀ ପାଇଁ ସିପଲା ଆଜି ଡିସିଜିଆଇଙ୍କ ନିକଟରେ ଆବେଦନ କରିଛି । ତେବେ ଏନେଇ ସିପଲା ଓ କିଛି ଭାରତୀୟ କମ୍ପାନୀ ସହ ମଡର୍ଣ୍ଣା ଆଲୋଚନା କରିଛି । ସେହିପରି ୧୮ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ମଡର୍ଣ୍ଣା ଟିକାକୁ ଅନୁମତି ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) । ମଡର୍ଣ୍ଣା ଟିକା ୯୪.୧ ପ୍ରତିଶତ ଫଳପ୍ରଦ ହେଉଥିବା ହୁ’ ପକ୍ଷରୁ ଆକଳନ କରାଯାଇଛି ।

ସୂଚନାଯୋଗ୍ୟ, ବର୍ତ୍ତମାନ ଦେଶରେ ଦୁଇଟି ଟିକା ଦିଆଯାଉଛି । ତାହା ହେଉଛି କୋଭିସିଲ୍ଡ ଏବଂ କୋଭାକ୍ସିନ୍ । ଏଥିସହିତ ଋଷ ଟିକା ସ୍ଫୁଟନିକ୍ ଭି କୁ ମଧ୍ୟ ଅନୁମୋଦନ ଦିଆଯାଇଛି ।

Get real time updates directly on you device, subscribe now.