fbpx

Video: ଗଲୱାନ ସଂଘର୍ଷ ପରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟରେ ପ୍ରଥମ ଦେଖା ସାକ୍ଷାତ

ନୂଆଦିଲ୍ଲୀ: ଜି-୨୦ ଶିଖର ସମ୍ମିଳନୀରେ ଦେଖା ସାକ୍ଷାତ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ। ଇଣ୍ଡୋନେସିଆ ରାଷ୍ଟ୍ରପତି ଆୟୋଜନ କରିଥିବା ରାତ୍ରୀ ଭୋଜନରେ ଦୁହିଁଙ୍କ ମଧ୍ୟରେ ସାମାନ୍ୟ ସୌଜନ୍ୟ ମୂଳକ ସାକ୍ଷାତ ହୋଇଥିବା ସୂଚନା ମିଳିଛି। ଗଲୱାନ ସଂଘର୍ଷ ପରେ ପ୍ରଥମ ଥର ଦୁଇ ନେତାଙ୍କ ମଧ୍ୟରେ ଏଭଳି ଦେଖା ସାକ୍ଷାତ ହୋଇଛି।

ଜି-୨୦ ରାତ୍ରୀ ଭୋଜନ ସମୟରେ ଦୁଇ ନେତା ସାକ୍ଷାତ ହୋଇଥିଲେ ଏବଂ ହାତ ମିଳାଇବା ପରେ କିଛି ସମୟ କଥା ହୋଇଥିଲେ। ସାରା ବିଶ୍ୱ କରୋନା ମହାମାରୀ ସହିତ ଲଢ଼ୁଥିବା ସମୟରେ ଚୀନ ଓ ଭାରତୀୟ ସେନା ମଧ୍ୟରେ ୨୦୨୦ ମସିହାରେ ଗଲୱାନ୍ ଠାରେ ଭୟଙ୍କର ସଂଘର୍ଷ ହୋଇଥିଲା। ପରେ କୌଣସି ଅନ୍ତର୍ଜାତୀୟ ପ୍ଲାଟଫର୍ମରେ ମୋଦୀ ଏବଂ ଜିନପିଙ୍ଗଙ୍କର ଏହା ହେଉଛି ପ୍ରଥମ ଦେଖା ସାକ୍ଷାତ। ଗଲୱାନ ସଂଘର୍ଷରେ ୨୦ ଜଣ ଭାରତୀୟ ସୈନିକ ସହିଦ ହୋଇଥିଲେ। ଏଥି ସହିତ, ଏହା ପରେ ଚୀନ୍ ସୀମାରେ ଉତ୍ତେଜନା ପରିସ୍ଥିତି ଲାଗି ରହିଛି।

ତେବେ ଦୁଇ ନେତାଙ୍କ ମଧ୍ୟରେ କୌଣସି ଆନୁଷ୍ଠାନିକ ବୈଠକ ହୋଇନାହିଁ। ଏଥି ସହିତ ଉଭୟଙ୍କ ମଧ୍ୟରେ କ’ଣ ଆଲୋଚନା ହୋଇଛି ତାହା ମଧ୍ୟ ପ୍ରକାଶ କରାଯାଇ ନାହିଁ। ବାଲିରେ ରାତ୍ରୀ ଭୋଜନ ସମୟରେ ଉଭୟଙ୍କ ମଧ୍ୟରେ ଦେଖା ସାକ୍ଷାତାର ଭିଡିଓ ସାମ୍ନାକୁ ଆସିଛି। ମୋଦୀ ଏବଂ ଜିନପିଙ୍ଗ ପରସ୍ପର ସହ ହାତ ମିଳାଇ କିଛି ସମୟ କଥା ହୋଇଥିଲେ। ଏହାପୂର୍ବରୁ ପିଏମ ମୋଦୀ ଜି-୨୦ ଶିଖର ସମ୍ମିଳନୀରେ ଅନ୍ୟାନ୍ୟ ବିଶ୍ୱସ୍ତରୀୟ ନେତାଙ୍କୁ ମଧ୍ୟ ଭେଟିଥିଲେ।

Get real time updates directly on you device, subscribe now.