fbpx

ଜୁଲାଇ ୧ରେ ଉପସ୍ଥାପିତ ହେବ ମୋଦୀ ସରକାର 3.0ର ପ୍ରଥମ ବଜେଟ୍‌, ୧୦ ଦିନ ପର୍ଯ୍ୟନ୍ତ ଚାଲିବ ସ୍ୱତନ୍ତ୍ର ଅଧିବେଶନ

Advertisement

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ କ୍ରମାଗତ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଆକ୍ସନ୍ ମୋଡରେ ନଜର ଆସିଛନ୍ତି । ଜୁଲାଇ ୧ରୁ ମୋଦୀ ୩.୦ର ପ୍ରଥମ ବଜେଟ ସଂସଦରେ ଉପସ୍ଥାପିତ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଜୁନ୍ ୨୬ରେ ଲୋକସଭା ବାଚସ୍ପତି ନିର୍ବାଚନ ଏବଂ ଜୁନ୍ ୨୪ରୁ ଜୁଲାଇ ୩ ପର୍ଯ୍ୟନ୍ତ ସଂସଦରେ ବିଶେଷ ଅଧିବେଶନ ଆୟୋଜିତ ହେବ । ସୂତ୍ରରୁ ପ୍ରକାଶ ଜୁନ୍ ୨୭କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଦନକୁ ସମ୍ବୋଧିତ କରିବେ ଏବଂ ଜୁଲାଇ ୧ରେ ସାଧାରଣ ବଜେଟ୍ ଉପସ୍ଥାପିତ ହେବ । ବିଶେଷ ଅଧିବେଶନ ପୂର୍ବରୁ ଅର୍ଥାତ ଜୁନ୍ ୨୪ ଏବଂ ୨୫କୁ ନବନିର୍ବାଚିତ ସାଂସଦମାନେ ଶପଥ ଗ୍ରହଣ କରିବେ । ଏହା ପରେ ଲୋକସଭା ବାଚସ୍ପତି ନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିବ ।

ଜୁଲାଇରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜ ୭ମ ବଜେଟ ଉପସ୍ଥାପିତ କରିବେ । ଏହା ପୂର୍ବରୁ ସେ ୫ଟି ପୂର୍ଣ୍ଣ ଏବଂ ୧ ଅନ୍ତରୀଣ ବଜେଟ ଉପସ୍ଥାପିତ କରିଛନ୍ତି । ଏହା ସହ ଅର୍ଥମନ୍ତ୍ରୀ ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେସାଇଙ୍କ କ୍ରମାଗତ ୬ଟି ବଜେଟ ଉପସ୍ଥାପନ କରିବାର ରେକର୍ଡ଼ ଭାଙ୍ଗିବେ । ଲୋକସଭା ନିର୍ବାଚନ ପୂର୍ବରୁ ଅନ୍ତରୀଣ ବଜେଟ ପ୍ରସ୍ତୁତ କରିବା ପରେ ତାଙ୍କ ଉପରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବାର ଆହ୍ୱାନର ସମ୍ମୁଖୀନ କରିବାକୁ ପଡ଼ିପାରେ । ତାଙ୍କୁ ଏହା ସୁନିଶ୍ଚିତ କରବାକୁ ପଡ଼ିବ ଯେ ଦେଶର ଅର୍ଥନୀତି ଏକ ଉଚ୍ଚ ଅଭିବୃଦ୍ଧି ପଥରେ ଚାଲିଛି ଏବଂ ମିଳିତ ମଞ୍ଚର ଆକାଂକ୍ଷାକୁ ଦୃଷ୍ଟିରେ ରଖି ଅଧିକ ନିଯୁକ୍ତି ସୃଷ୍ଟି କରିବା । ନିକଟରେ ଲୋକସଭା ନିର୍ବାଚନରେ ବିଜେପି ନିଜ ବଳରେ ସଂଖ୍ୟାଗରିଷ୍ଠତା ହାସଲ କରିପାରିନାହିଁ କିନ୍ତୁ ତାଙ୍କ ନେତୃତ୍ୱରେ ଥିବା ଏନଡିଏ ସଂଖ୍ୟାଗରିଷ୍ଠତା କ୍ଷେତ୍ରରେ ଅନେକ ଆଗରେ ରହିଛି । ଅପରପକ୍ଷରେ ଇଣ୍ଡିଆ ମେଣ୍ଟର ପ୍ରଦର୍ଶନ ମଧ୍ୟ ଉତ୍ତମ ରହିଛି । ତେଣୁ ଉଭୟ ବିଜେପି ଏବଂ ଇଣ୍ଡିଆ ମେଣ୍ଟ ଲୋକସଭା ବାଚସ୍ପତି ନିର୍ବାଚନରେ ନିଜ ଦମ୍ ଦେଖାଇବା ପାଇଁ ପଛଘୁଞ୍ଚା ଦେବେ ନାହିଁ ।

Get real time updates directly on you device, subscribe now.