fbpx
BSKY
BJD MC SKY
BJD YOUTH SKY

ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି, ଏତିକି ଟଙ୍କା କମିଲା LPG ସିଲିଣ୍ଡର ମୂଲ୍ୟ

ନୂଆଦିଲ୍ଲୀ: ମୋଦୀ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଅନ୍ତଃରାଷ୍ଟ୍ରୀୟ ବଜାରରେ ମୂଲ୍ୟ ହ୍ରାସ ପରେ ଦେଶରେ ୧୯ କିଲୋଗ୍ରାମ ବିଶିଷ୍ଟ କମର୍ସିଆଲ ଏଲପିଜି ସିଲିଣ୍ଡର ମୂଲ୍ୟ ଆଜି ଅର୍ଥାତ୍ ଶୁକ୍ରବାର ହ୍ରାସ ଘଟିଛି । ସିଲିଣ୍ଡର ପିଛା ମୂଲ୍ୟ ୩୯ଟଙ୍କା ୫୦ ପଇସା ହ୍ରାସ ଘଟିଛି । ଅନ୍ୟପକ୍ଷରେ ଘରୋଇ ଗ୍ୟାସ୍ ସିଲିଣ୍ଡର (୧୪.୨କିଲୋଗ୍ରାମ) ର ଦାମ୍ ୯୦୩ ଟଙ୍କାରେ ସ୍ଥିର ରହିଛି ।

ହୋଟେଲ ଓ ରେଷ୍ଟୁରାଣ୍ଟ ପରି ବିଭିନ୍ନ ପ୍ରତିଷ୍ଠାନରେ ବ୍ୟବହାର ହେଉଥିବା ୧୯କିଲୋଗ୍ରାମ ବିଶିଷ୍ଟ ଏଲପିଜି ସିଲିଣ୍ଡରର ମୂଲ୍ୟ ଏବେ ରାଷ୍ଟ୍ରୀୟ ରାଜଧାନୀରେ ୧,୭୫୭ଟଙ୍କା ହେବ ଯାହା ପୂର୍ବରୁ ୧୭୯୬ଟଙ୍କା ୫୦ ପଇସା ଥିଲା । ୧ ଡିସେମ୍ବରରେ କମର୍ସିଆଲ ସିଲିଣ୍ଡରର ଦାମ୍ ବୃଦ୍ଧି କରାଯାଇଥିଲା ।

ମୁମ୍ବାଇରେ ବାଣିଜ୍ୟିକ ଏଲପିଜିର ଦାମ୍ ୧୭୧୦, କୋଲକାତାରେ ୧୮୬୮, ଚେନ୍ନାଇରେ ୧୯୨୯ ଟଙ୍କା ରହିଛି । ସ୍ଥାନୀୟ ଟିକସ ଆଧାରରେ ଅଲଗା ଅଲଗା ରାଜ୍ୟରେ ଦାମ୍ ଅଲଗା ଅଲଗା ରହିଛି । ଏଠାରେ ସୂଚାଇ ଦିଆଯାଇପାରେ କି ପେଟ୍ରୋଲ ଓ ଡିଜେଲର ମୂଲ୍ୟ ଲଗାତର ୨୧ତମ ମାସରେ ସ୍ଥିର ରହିଛି । ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପ୍ରତି ୯୬ଟଙ୍କା ୭୨ ପଇସା ଓ ଡିଜେଲ ୮୯ଟଙ୍କା ୬୨ ପଇସା ରହିଛି ।

Get real time updates directly on you device, subscribe now.