fbpx

ଗଣତନ୍ତ୍ର ଦିବସରେ ଫ୍ରାନ୍ସର ରାଷ୍ଟ୍ରପତି ହେବେ ଭାରତର ଅତିଥି: ସୃଷ୍ଟି ହେବ ନୂଆ ରେକର୍ଡ

ନୂଆଦିଲ୍ଲୀ: ଆସନ୍ତା ଜାନୁୟାରୀ ୨୬(ସାଧାରଣତନ୍ତ୍ର ଦିବସ) ଉତ୍ସବରେ ଭାରତ ଅତିଥି ଭାବରେ ଯୋଗ ଦେଇପାରନ୍ତି ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମେକ୍ରୋ । ଏଥିପାଇଁ ଭାରତ ସରକାରଙ୍କ ତରଫରୁ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ପଠାଯାଇଛି । ପ୍ରଥମେ ଗଣତନ୍ତ୍ର ଦିବସ ଉତ୍ସବରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଅତିଥି ଭାବରେ ଭାରତ ଆସିବାର ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ସେ ଏହି ଉତ୍ସବରେ ସାମିଲ ହୋଇ ନ ପାରିବାରୁ ଫ୍ରାନ୍ସ ରାଷ୍ଟ୍ରପତି ଅତିଥି ଭାବରେ ନିମନ୍ତ୍ରଣ ପାଇଛନ୍ତି ।

ଚଳିତବର୍ଷ ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ହୋଇଥିବା ବାଷ୍ଟିଏ ଡେ’ ପରେଡରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପରେଡ ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଗେଷ୍ଟ ଅଫ୍ ଅନର ମଧ୍ୟ ପ୍ରଦାନ କରାଯାଇଛି । ଯଦି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମେକ୍ରୋ ଜାନୁୟାରୀ ୨୬ ତାରିଖରେ ଭାରତ ଆସିବେ, ତେବେ ସେ ଭାରତର ଗଣତନ୍ତ୍ର ଦିବସରେ ସାମିଲ ହୋଇଥିବା ଷଷ୍ଠ ନେତା ପାଲଟିବେ । ୧୯୭୬ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୫ ଥର ଭାରତ, ଫ୍ରାନ୍ସର ରାଷ୍ଟ୍ରଧ୍ୟକ୍ଷଙ୍କୁ ରିପବ୍ଲିକ ଡେ’ ପାଇଁ ଆମନ୍ତ୍ରଣ କରାଯାଇଛି ।

୧୯୭୬ ମସିହାରେ ଗଣତନ୍ତ୍ର ଦିବସ ଉତ୍ସବରେ ସାମିଲ ହୋଇଥିବା ପ୍ରଥମ ନେତା ଥିଲେ ଫ୍ରାନ୍ସ ରାଷ୍ଟ୍ରପତି ଜ୍ୟାକ୍ସ ଶିରାକ । ଏହାପରେ ୧୯୮୦ ମସିହାରେ ଫ୍ରାନ୍ସ ରାଷ୍ଟ୍ରପତି ଭେଲେରୀ ଗିସ୍କାର୍ଡ ଡ’ଏଷ୍ଟିଙ୍ଗ, ୧୯୯୮ରେ ଜେକ୍ସ ଶିରାକ, ୨୦୦୮ରେ ରାଷ୍ଟ୍ରପତି ନିକୋଲସ ସରକୋଜୀ ଏବଂ ୨୦୧୬ରେ ରାଷ୍ଟ୍ରପତି ଫ୍ରାନ୍ସୱା ଓଲାନ୍ଦ ଭାରତର ଗଣତନ୍ତ୍ର ଦିବସ ସମାରୋହରେ ସାମିଲ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ସବୁଠାରୁ ଅଧିକ ଫ୍ରାନ୍ସ ନେତାଙ୍କୁ ଗଣତନ୍ତ୍ର ଦିବସ ଅବସରରେ ନିମନ୍ତ୍ରଣ କରିଛି ।

Get real time updates directly on you device, subscribe now.