fbpx
BSKY
BJD SHG SKY
BJD YOUTH SKY

୪% DA ବୃଦ୍ଧି କରିବା ନେଇ ମମତା ବାନାର୍ଜୀଙ୍କ ଉପରେ ଅସନ୍ତୁଷ୍ଟ କର୍ମଚାରୀ ସଂଗଠନ

କୋଲକାତା: ଆସନ୍ତା ବର୍ଷର ପ୍ରଥମ ଦିନରୁ ସମସ୍ତ ସରକାରୀ କର୍ମଚାରୀଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୪% DA ବୃଦ୍ଧି କରିବା ନେଇ ଗୁରୁବାର ଘୋଷଣା କରିଥିଲେ । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଏହି ନିଷ୍ପତ୍ତିକୁ ‘ଲଲିପପ୍‌’ ବୋଲି କଟାକ୍ଷ କରି କହିଥିଲେ । ଏହା ସହ କେନ୍ଦ୍ର ସରକାରଙ୍କ ଢ଼ାଞ୍ଚାରେ DA ପ୍ରଦାନ କରାଯିବା ନେଇ ପଶ୍ଚିମବଙ୍ଗର ସରକାରୀ କର୍ମଚାରୀ ସଂଗଠନ ‘ସଂଗ୍ରାମୀ ଯୌଥ ମଂଚ’ ଦାବି କରିଛି । ଏନେଇ ଶୁକ୍ରବାର ଉକ୍ତ ମଂଚ ପକ୍ଷରୁ ରାଜ୍ୟ ସଚିବାଳୟର ‘ନବନ୍ନା’ ଠାରେ ୩ ଦିନିଆ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେମାନଙ୍କ ଦାବି ଅନୁଯାୟୀ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ DA ବୃଦ୍ଧି ମଧ୍ୟରେ ୩୬%ର ଅନ୍ତର ରହିଛି ।

କୋଲକାତା ସ୍ଥିତ ପାର୍କ ଷ୍ଟ୍ରିଟରେ ‘କୋଲକାତା କ୍ରିସମାସ୍ କାର୍ଣ୍ଣିଭାଲ ୨୦୨୩’ର ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଥିଲେ । ‘ରାଜ୍ୟ ସରକାରଙ୍କ ସମସ୍ତ ୧୪ ଲକ୍ଷ କର୍ମଚାରୀ, ସମସ୍ତ ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟର ଶିକ୍ଷକ ତଥା ଅଣ ଶିକ୍ଷକ କର୍ମଚାରୀ ଏବଂ ପେନସନ୍ ଭୋଗୀମାନଙ୍କୁ ଜାନୁଆରି ୧, ୨୦୨୪ରୁ ୪% DA ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।’ ଏହି DA ବୃଦ୍ଧି ପାଇଁ ସରକାରଙ୍କୁ ଅତିରିକ୍ତ ୨୪୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । DA ଆମ ପାଇଁ ବାଧ୍ୟତାମୂଳକ ନୁହେଁ ବରଂ ଏକ ବିକଳ୍ପ । କର୍ମଚାରୀମାନଙ୍କ ହିତକୁ ଦୃଷ୍ଟିରେ ରଖି ୪% DA ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।

Get real time updates directly on you device, subscribe now.