fbpx

ଆର୍ଥିକ ସ୍ତରରେ ଦୁର୍ବଳ ଓ OBC ପିଲାଙ୍କ ପାଇଁ ମୋଦୀ ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ଆର୍ଥିକ ସ୍ତରରେ ଦୁର୍ବଳ ଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା । ଏହି ପରିପ୍ରେକ୍ଷୀରେ ଆର୍ଥିକ ସ୍ତରରେ ଦୁର୍ବଳ ଥିବା ପିଲାମାନଙ୍କୁ ୧୦% ସଂରକ୍ଷଣ ଦିଆଯିବ । ସେହିପରି ଓବିସି ପିଲାଙ୍କ ପାଇଁ ୨୭% ସଂରକ୍ଷଣ ନେଇ ଘୋଷଣା ହୋଇଛି । ଚଳିତ ଶିକ୍ଷା ବର୍ଷରେ ୟୁଜି/ପିଜି ମେଡିକାଲ ଓ ଡେଣ୍ଟାଲ୍ କୋର୍ସ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହା ଏକ ବଡ଼ ଉପଲବ୍ଧି ହେବ । ଆଜି ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ଏଣିକି ପିଲାମାନେ ମେଡିକାଲ୍ ପାଠ ପଢ଼ିବାକୁ ଇଚ୍ଛା ପ୍ରକାଶ କରିବେ । କରୋନା କାଳରେ ଶିକ୍ଷା କ୍ଷେତ୍ର ଭୁଶୁପଡ଼ିଥିବା ବେଳେ କେନ୍ଦ୍ର ସରକାର ଏପରି ଘୋଷଣା କରିଛନ୍ତି । ଏଥିରେ ୫ହଜାର ୫୫୦ ଛାତ୍ରଛାତ୍ରୀ ଉପକୃତ ହେବେ । ଅଲ ଇଣ୍ଡିଆ କୋଟା ସ୍କିମ(ଏଆଇକ୍ୟୁ) ଆଧାରରେ ଏଭଳି ସଂରକ୍ଷଣ ସୁବିଧା ମିଳିବ ଏବଂ ଏହା ୨୦୨୧-୨୨ ଶିକ୍ଷାବର୍ଷରୁ ଆରମ୍ଭ ହେବ ବୋଲି କୁହାଯାଇଛି ।

Get real time updates directly on you device, subscribe now.