fbpx

ମୋଦୀ ସରକାରଙ୍କ ବଡ ଘୋଷଣା: ଅଗଷ୍ଟ ୧୫ ସୁଦ୍ଧା ପ୍ରତି ଗାଁରେ ପହଞ୍ଚିବ ଏହି ସୁବିଧା

ନୂଆଦିଲ୍ଲୀ: ପ୍ରତ୍ୟେକ ପଞ୍ଚାୟତର ଅପଡେସନ ପାଇଁ ଲଗାତାର ପ୍ରୟାସ ଜାରି ରହିଛି । ତେବେ ବର୍ତ୍ତମାନ ସରକାର ଏହି ସମସ୍ତ ପଞ୍ଚାୟତକୁ ଅଗଷ୍ଟ ୧୫ ତାରିଖ ସୁଦ୍ଧା ୟୁପିଆଇ ସୁବିଧା ଯୋଗାଇ ଦେବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ଦେଶରେ ସମସ୍ତ ପଞ୍ଚାୟତ ବିକାଶ କାର୍ଯ୍ୟ ଏବଂ ରାଜସ୍ୱ ସଂଗ୍ରହ ପାଇଁ ଏହି ସ୍ୱତନ୍ତ୍ରତା ଦିବସରୁ ବାଧ୍ୟତାମୂଳକ ଭାବରେ ଡିଜିଟାଲ ପେମେଣ୍ଟ ସେବା ବ୍ୟବହାର କରିବେ । ଏହାକୁ ୟୁପିଆଇ ଉପଯୋଗ ବୋଲି ଘୋଷଣା କରାଯିବ । ଏ ନେଇ ଏକ ଚିଠି ମାଧ୍ୟମରେ ସୂଚନା ଦେଇଛି ପଞ୍ଚାୟତିରାଜ ମନ୍ତ୍ରାଳୟ ।

ମନ୍ତ୍ରାଳୟ ତରଫରୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଚିଠି ମାଧ୍ୟମରେ କୁହାଯାଇଛି ଯେ, ମୁଖ୍ୟମନ୍ତ୍ରୀ, ସାଂସଦ ତଥା ବିଧାୟକ ଆଦି ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ୟୁପିଆଇ ଉପଯୋଗ କରୁଥିବା ପଞ୍ଚାୟତକୁ ଘୋଷଣା ଏବଂ ଉଦଘାଟନ କରିବା ଉଚିତ । ପଞ୍ଚାୟତରାଜ ମନ୍ତ୍ରାଳୟର ସଚିବ ସୁନୀଲ କୁମାର କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ୯୮ ପ୍ରତିଶତ ପଞ୍ଚାୟତରେ ୟୁପିଆଇ ଜନିତ ପେମେଣ୍ଟ ଆରମ୍ଭ ହୋଇ ସାରିଛି । ଏହାସହିତ ସାର୍ବଜନିକ ଆର୍ଥିକ ପ୍ରବନ୍ଧନ ପ୍ରଣାଳୀ(ପିଏମଏଫଏସ) ଦ୍ୱାରା ପ୍ରାୟ ୧.୫ ଲକ୍ଷ କୋଟି ଟଙ୍କା ଟ୍ରାଞ୍ଜାକ୍ସନ କରିଛନ୍ତି । ବର୍ତ୍ତମାନ ପଞ୍ଚାୟତ ଗୁଡିକୁ ଡିଜିଟାଲ ମାଧ୍ୟମରେ ଟ୍ରାଞ୍ଜାକ୍ସନ କରାଯିବ ବୋଲି କହିଛନ୍ତି ସୁନୀଲ କୁମାର ।

ତେବେ ମନ୍ତ୍ରାଳୟର ନିର୍ଦ୍ଦେଶ ଅନୁସାରେ, ପଞ୍ଚାୟତଗୁଡିକୁ ଜୁଲାଇ ୧୫ ତାରିଖ ସୁଦ୍ଧା ଚୟନ କରାଯିବା ସହ ୩୦ ତାରିଖ ସୁଦ୍ଧା ଭେଣ୍ଡରର ନାମ କହିବାକୁ ପଡିବ । ସେହିପରି ବାସ୍ତବିକ ନେଣଦେଣ ର ତଦାରଖ କରିବା ପାଇଁ ଏକ କେନ୍ଦ୍ରୀକୃତ ଡାସ୍ ବୋର୍ଡ ପ୍ରସ୍ତୁତ କରିବାକୁ ମଧ୍ୟ ସୁପାରିଶ କରାଯାଇଛି । ତେବେ ଅଧିକାରୀମାନଙ୍କ ପାଇଁ ପ୍ରଶିକ୍ଷଣର ବ୍ୟବସ୍ଥା ପାୟତ ତଥା ବ୍ଲକ ସ୍ତରରେ ଆୟୋଜିତ କରାଯିବ ବୋଲି ଜଣାଯାଇଛି ।

Get real time updates directly on you device, subscribe now.