fbpx
BJD
BJD SKY
BJD SKY

ନୂଆ କ୍ରିକେଟ ଷ୍ଟାଡିୟମର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ମୋଦୀ: ବାରାଣସୀରେ ହେବ ନୂଆ ଗ୍ରାଉଣ୍ଡ

ନୂଆଦିଲ୍ଲୀ: ଭାରତରେ ଆଉ ଏକ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ଭିତ୍ତପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନିଜ ସଂସଦୀୟ ନିର୍ବାଚନ ମଣ୍ଡଳୀ ବାରାଣସୀରେ ନୂଆ ଷ୍ଟାଡିୟମ ନିର୍ମାଣ ହେବାକୁ ଯାଉଛି । ଏଠାରେ ଏକତ୍ରିତ ହୋଇଥିବା ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ, ‘ମହାଦେବ’ ସହରର ଏହି ନୂଆ ଷ୍ଟାଡିୟମ ଭଗବାନ ‘ମହାଦେବ’କୁ ଉତ୍ସର୍ଗ କରାଯିବ। କାଶୀରେ ଏହି ଷ୍ଟାଡିୟମର ନିର୍ମାଣ ଦ୍ୱାରା କ୍ରୀଡ଼ାବିତମାନେ ବିଭିନ୍ନ ସୁବିଧା ସୁଯୋଗ ପାଇପାରିବେ । ଏହା ପୂର୍ବାଞ୍ଚଳର ଏକ ଷ୍ଟାର ହେବ ବୋଲି କହିଛନ୍ତି ମୋଦୀ ।

ଅଞ୍ଚଳରେ ଏକ କ୍ରୀଡ଼ା ଭିତ୍ତିଭୂମିର ନିର୍ମାଣ ଯୁବ ଖେଳାଳିମାନଙ୍କ ପ୍ରତିଭା ଅନ୍ୱେଷଣରେ ସାହାଯ୍ୟ କରିବା ସହ ସ୍ଥାନୀୟ ଅର୍ଥନୀତିକୁ ମଧ୍ୟ ପ୍ରଭାବିତ କରିଥାଏ । ଏହା ସହିତ ଆଜି ଆରମ୍ଭ ହେବାକୁ ଥିବା ଏସିଆନ୍ ଗେମ୍ସରେ ଭାଗ ନେଇଥିବା ଆଥଲେଟମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଭାରତର ପୂର୍ବତନ କ୍ରିକେଟର ସଚିନ୍ ତେନ୍ଦୁଲକର, ସୁନୀଲ ଗାଭାସ୍କର, ରବି ଶାସ୍ତ୍ରୀଙ୍କ ଏବଂ ଭେଙ୍ଗସରକର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହାବ୍ୟତୀତ ବିସିସିଆଇ ଅଧ୍ୟକ୍ଷ ରୋଜର ବିନ୍ନୀ. ଉପସଭାପତି ରାଜୀବ ଶୁକ୍ଳାଙ୍କ ସମେତ ସଚିବ ଜୟ ଶାହଏଠାରେ ଉପସ୍ଥିତ ହୋଇଥିଲେ ।

ନିକଟରେ ଉତ୍ତରପ୍ରଦେଶ ସରକାର ଏହାପୂର୍ବରୁ ଉତ୍ତରପ୍ରଦେଶ ସରକାର ଷ୍ଟାଡିୟମ ପାଇଁ ଜମି ଅଧିଗ୍ରହଣ ପାଇଁ ୧୨୧ କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ଏହାର ନିର୍ମାଣ ପାଇଁ ୩୩୦ କୋଟି ଟଙ୍କା ଖର୍ଚ୍ଚ କରିବ ବୋଲି କହିଛି। ତେବେ ଏହି ଷ୍ଟାଡିୟମର ଡିଜାଇନ ୩୦,୦୦୦ କ୍ଷମତା ବିଶିଷ୍ଟ ହୋଇଥିବା ବେଳେ ଏହା କ୍ରେସେଣ୍ଟ ଆକୃତିର ଛାତ କଭର, ଟ୍ରାଇଡେଣ୍ଟ ଭଳି ଫ୍ଲଡ ଲାଇଟ୍ସ ଏବଂ ଭଗବାନ ଶିବଙ୍କ ‘ଡମ୍ବରୁ’ ଆକୃତିର ନିର୍ମାଣ କରାଯାଇଛି । କାନପୁର ଏବଂ ଲକ୍ଷ୍ନø ପରେ ଏହା ଉତ୍ତରପ୍ରଦେଶର ତୃତୀୟ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ ହେବ ଜ୍ଝ

Get real time updates directly on you device, subscribe now.