ଓଡିଶା ଭାସ୍କର: ଗୁଜୁରାଟ ଗସ୍ତର ଦ୍ୱିତୀୟ ଦିନରେ ପାକିସ୍ତାନ ଉପରେ ବର୍ଷିଛନ୍ତି ମୋଦୀ। ନିଜର ଅଭିଭାଷଣରେ କହିଛନ୍ତି, ଭାରତ ବୀର ଯୋଦ୍ଧା ମାନଙ୍କର ଭୂମି ଅଟେ। ଆମେ ଇଟାର ଜବାବ ପଥରରେ ଦେବୁ।
କାହାସହ ଆମେ ଶତ୍ରୁତା କରିବାକୁ ଚାଁହୁନୁ ବରଂ ଯିଏ ଆମ ସହ ଲାଗିବ ଆମେ ତାକୁ ଛାଡ଼ିବୁ ନାହିଁ। ପ୍ରତିଟି ଆକ୍ରମଣର ଆମେ ହିସାବ ନେବୁ। ସବୁଦିନ ପାଇଁ ଦେଶରୁ ଆତଙ୍କବାଦର କଣ୍ଟାକୁ ଆମେ କାଢିକି ଫୋପାଡିଦେବୁ।