fbpx
BJD SKY
BJD SKY

ବଡ଼ ଖବର; ବାରାଣସୀ ଆସନରେ ଲଢିବେ ମୋଦୀ: ବିଜେପି ଘୋଷଣା କଲା ପ୍ରାର୍ଥି ତାଲିକା

BJD

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ବିଜେପି ମୁଖ୍ୟାଳୟରେ ଲୋସଭା ନିର୍ବାଚନ ପାଇଁ ବିଜେପି ପ୍ରାର୍ଥି ଘୋଷଣା କରିଛି । ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାଁ ସବୁଠୁ ଆଗରେ ରହିଛି । ଆସନ୍ତା ଲୋକସଭା ଇଲେକ୍ସନରେ ମୋଦୀ ବାରାଣସୀ ଆସନରୁ ଲଢିବେ ବୋଲି ସ୍ପଷ୍ଟ କରିଛି ଭାରତୀୟ ଜନତା ପାର୍ଟି । ବିଜେପି ଏକ ପ୍ରେସମିଟ ଜରିଆରେ ଏ ନେଇ ସୂଚନା ଜାରି କରିଛି । ଏହି ପ୍ରେସ ମିଟରେ ମୋଟ ୧୯୫ଟି ଆସନ ପାଇଁ ବିଜେପି ଙ୍ଗଧୠବ ଙ୍ଗଙ୍କ’କ୍ରଳଦ ପ୍ରାର୍ଥି ତାଲିକା ଘୋଷଣା କରିଛି ।

ମୋଟ ୧୬ଟି ରାଜ୍ୟ ଏବଂ ୨ଟି କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ବିଜେପି ନିଜର ପ୍ରାର୍ଥି ତାଲିକା ଜାରି କରିଛି । ଉତ୍ତରପ୍ରଦେଶରୁ ସର୍ବାଧିକ ୫୧ ଜଣ ପ୍ରାର୍ଥିଙ୍କ ନାଁ ଏହି ତାଲିକାରେ ସାମିଲ କରିଛି ବିଜେପି । ପ୍ରଥମ ପର୍ଯ୍ୟାୟ ପ୍ରାର୍ଥି ତାଲିକାରେ ମୋଟ ୩୪ ଜଣ କେନ୍ଦ୍ରମନ୍ତ୍ରୀଙ୍କୁ ଟିକେଟ ଦେଇଛି ଭାରତୀୟ ଜନତା ପାର୍ଟି । ,ହି ତାଲିକାରେ ଲୋକସଭା ବଦ୍ସ୍ତିଙ୍କୁ ମଧ୍ୟ ସ୍ଥାନ ପାଇଛନ୍ତି । ତେବେ ଏହି ତାଲିକା ଅନୁସାରେ, ଚଳିତବର୍ଷ ଲୋକସଭା ଇଲେକ୍ସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟର ବାରାଣସୀ ଆସନରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି । ସେହିପରି ଗୃହମନ୍ତ୍ରୀ ଅମିତ ଶାହ ଗାନ୍ଧୀନଗର ଆସନ ପାଇଁ ପ୍ରାର୍ଥି ଭାବରେ ନିର୍ବାଚନ ଲଢିବେ ।

ଏହାବ୍ୟତୀତ ଅରୁଣାଚଳ ୱେଷ୍ଟରୁ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ, ଦବ୍ରୁଗଡ଼ରୁ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ନିର୍ବାଚନୀ ମଇଦାନକୁ ଓହ୍ଲାଇବେ । ସେହିପରି କୋର୍ବାରୁ ସରୋଜ ପାଣ୍ଡେ, ରାୟପୁରରୁ ବ୍ରିଜମୋହନ ଅଗ୍ରୱାଲ, ଦିଲ୍ଲୀ ଚାନ୍ଦନୀ ଚୌକରୁ ପ୍ରବୀଣ ଖଣ୍ଡେଲୱାଲ ଏବଂ ନର୍ଥଇଷ୍ଟ ଦିଲ୍ଲୀରୁ ମନୋଜ ତିୱାରୀଙ୍କୁ ପ୍ରାର୍ଥି ଭାବରେ ଘୋଷଣା କରାଯାଇଛି ।

 

Get real time updates directly on you device, subscribe now.