fbpx

ଏବେ ପ୍ରତି ସହରରେ ଖୋଲିବ ସହରୀ ସମବାୟ ବ୍ୟାଙ୍କ, ଘୋଷଣା କଲେ ଅମିତ ଶାହ, ଜାଣନ୍ତୁ କ’ଣ ରହିଛି ପ୍ଲାନ

ନୂଆଦିଲ୍ଲୀ: ପ୍ରତି ସହରରେ ଏବେ ଏକ ସହରୀ ସହକାରୀ ବ୍ୟାଙ୍କ ଖୋଲିବ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜାତୀୟ ସହରୀ ସହକାରୀ ଅର୍ଥ ଏବଂ ବିକାଶ ନିଗମର ଆରମ୍ଭ କରିଛନ୍ତି । ଏଥିସହ ସେ କହିଛନ୍ତି ଯେ, ପ୍ରତ୍ୟେକ ସହରରେ ଏକ ସହରୀ ସହକାରୀ ବ୍ୟାଙ୍କ ସ୍ଥାପନ କରାଯିବ ।

ଆରବିଆଇ ଏନୟୁସିଏଫଡିସିକୁ ଅଣ-ବ୍ୟାଙ୍କିଙ୍ଗ ଫାଇନାନ୍ସ କମ୍ପାନୀ ଏବଂ ସହରୀ ସମବାୟ ବ୍ୟାଙ୍କିଙ୍ଗ କ୍ଷେତ୍ର ପାଇଁ ଏକ ସ୍ୱ-ନିୟାମକ ସଂଗଠନ ଭାବେ କାମ କରିବାର ମଞ୍ଜୁରୀ ଦେଇଛନ୍ତି । ଏହି ଅବସରରେ ଶାହ କହିଛନ୍ତି ଯେ, ୨୦ ବର୍ଷ ପରେ ଏନୟୁସିଏଫଡିସିର ସ୍ଥାପନା ହୋଇଛି । ଏହା ଲୋକମାନେ ଦାବି କରିଥିଲେ । ମୋତେ ଖୁସି ଲାଗୁଛି ଯେ, ଆରବିଆଇ ଏଥିପାଇଁ ମଞ୍ଜୁରୀ ପ୍ରଦାନ କରିଛି ।

ସେ କହିଛନ୍ତି ଯେ, ସହରୀ ସହକାରୀ ବ୍ୟାଙ୍କ ଭାରତରେ ବହୁ ସମୟରୁ କାମ କରିଆସୁଛି । ହେଲେ ତାହା ଦ୍ରୁତଗତିରେ ବୃଦ୍ଧି ହୋଇପାରିନି । ଶାହ ଆଗକୁ କହିଛନ୍ତି ଯେ, ଏହି ବ୍ୟାଙ୍କ ଦେଶର ଆର୍ଥିକ ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ । ଏନୟୁସିଏଫଡିସିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସହରୀ ସହକାରୀ ବ୍ୟାଙ୍କଗୁଡ଼ିକୁ ବ୍ୟାଙ୍କିଙ୍ଗ ରେଗୁଲେସନ ଆକ୍ଟ ପାଳନ କରିବା ଏବଂ ସେମାନଙ୍କୁ ବୃତ୍ତିଗତ କରିବା ।

Get real time updates directly on you device, subscribe now.