fbpx
BJD SKY
BJD SKY

ପଛେଇଲା ଗୁଗୁଲ୍: ସରକାରଙ୍କ କଠୋରତା ପରେ Play Storeକୁ ଫେରିଲା ଭାରତୀୟ ଆପ୍

BJD

ନୂଆଦିଲ୍ଲୀ: ଗୁଗୁଲ୍ ଆପ୍ ଷ୍ଟୋରକୁ ଭାରତୀୟ ଆପ୍ ଫେରି ଆସିଛି । ସେବା ଦେୟ ପ୍ରଦାନ ନକରିବା ପାଇଁ ଗୁଗୁଲ ପ୍ଲେ ଷ୍ଟୋରରୁ କିଛି ଭାରତୀୟ ଆପ୍ ହଟାଇଥିଲା । ଗୁଗୁଲ୍ ପ୍ଲେ ଷ୍ଟୋରରୁ ଆପ୍ ହଟାଇବା କାମକୁ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ସେ ସୋମବାର ଗୁଗୁଲ ଓ ପ୍ରଭାବିତ ଆପ୍ ଡେଭଲପରଙ୍କର ଏକ ବୈଠକ ଡାକିଛନ୍ତି । ଏହାପୂର୍ବରୁ ପ୍ଲେ ଷ୍ଟୋରର ସେବା ଶୁଳ୍କ ନଦେବା ପାଇଁ ପ୍ଲେ ଷ୍ଟୋରରୁ ୧୦ ଟି ଭାରତୀୟ ଆପକୁ ହଟାଇବା ପାଇଁ କାର୍ଯ୍ୟ ଆରମ୍ଭ କରିଥିଲା ଗୁଗୁଲ ।

ଏହି ମାମଲଶ ଅଧିକ ଗରମ ହୋଇଗଲା ଏବଂ ଏହି ପଦକ୍ଷେପ ପାଇଁ ଗୁଗୁଲକୁ ବହୁତ ସମାଲୋଚନା କରାଯାଇଥିଲା । ଆପ୍ ଡି-ଲିଷ୍ଟିଂ ମାମଲାରେ ସରକାରଙ୍କୁ ହସ୍ତକ୍ଷେପ କରିବାକୁ ପଡିଲା ଏବଂ ପରେ ଗୁଗୁଲ ବ୍ୟାକଫୁଟକୁ ଆସିଲା । ବର୍ତ୍ତମାନ ସମସ୍ତ ଭାରତୀୟ ଆପ୍ ଗୁଗୁଲ୍ ପ୍ଲେ ଷ୍ଟୋରକୁ ଫେରିଆସିଛିି ।

ଗୁଗୁଲ ହଟାଇବାକୁ ଯାଉଥିବା ଆପଗୁଡ଼ିକରେ ନୌକରି ଡଟକମ, ସାଦିଡଟକମ, ଇଣ୍ଡିଆନମାଟ୍ରମୋନି, ଅଲ୍ଟବାଲାଜି,୯୯ଏକର୍ସ, କୁକୁଏଫଏମ, ଷ୍ଟେଜ୍ ଭଳି ଲୋକପ୍ରିୟ ଆପ୍ ସାମିଲ ରହିଛି । ଗୁଗୁଲ୍ କହିଛି ଯେ ଏହି ଆପ୍ ଡେଭଲପରମାନେ ଏହାର ନିର୍ଦ୍ଦେଶାବଳୀ ଅନୁସରଣ କରିନାହାଁନ୍ତି, ତେଣୁ ଆପ୍ ହଟାଇବା ପାଇଁ ପଦକ୍ଷେପ ନିଆଯାଉଛି ।

Get real time updates directly on you device, subscribe now.