fbpx
BJD SKY
BJD SKY

ଲୋକସଭା ନିର୍ବାଚନ-୨୦୨୪: କେଉଁ ଆସନରୁ କିଏ ଲଢ଼ିବ ନିର୍ବାଚନ?

BJD

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଦଳୀୟ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି ଭାରତୀୟ ଜନତା ପାର୍ଟି। ଦଳ ପକ୍ଷରୁ ୧୯୫ ଜଣ ପ୍ରାର୍ଥୀଙ୍କ ନାଁ ଓ ସେମାନେ କେଉଁଠି ଲଢ଼ିବେ, ତା’ର ତାଲିକା ଜାରି କରାଯାଇଛି। ତେବେ ଆସନ୍ତୁ, ଜାଣିବା କିଏ କେଉଁଠାରୁ ପ୍ରାର୍ଥୀ ହୋଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେ ପୁଣି ଏଥର ବି ବାରଣାସୀରୁ ନିର୍ବାଚନ ଲଢ଼ିବେ। ସେହିପରି ଲୋକସଭା ବାଚସ୍ପତି ଓମ୍ ବିର୍ଲା ରାଜସ୍ଥାନର କୋଟାରୁ ଓ ଗୃହ ମନ୍ତ୍ରୀ ଅମିତ ଶାହ ଗୁଜରାଟର ଗାନ୍ଧୀନଗରରୁ ପ୍ରାର୍ଥୀ ହେବେ। ଅନ୍ୟପଟେ ଅରୁଣାଚଳ ୱେଷ୍ଟରୁ ଲଢ଼ିବେ କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ। ସେହିପରି ଦିବ୍ରୁଗଡ଼ରୁ ଲଢ଼ିବେ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲ। ଅନ୍ୟପଟେ କୋର୍ବାରୁ ସରୋଜ ପାଣ୍ଡେ, ରାୟପୁରରୁ ବ୍ରିଜମୋହନ ଅଗ୍ରୱାଲ, ଦିଲ୍ଲୀ ଚାନ୍ଦିନୀଚୌକରୁ ପ୍ରବୀଣ ଖଣ୍ଡେଲୱାଲ, ନର୍ଥଇଷ୍ଟ ଦିଲ୍ଲୀରୁ ମନୋଜ ତିୱାରୀ, ନୂଆଦିଲ୍ଲୀରୁ ବାଂଶୁରୀ ସ୍ୱରାଜ, ପୋରବନ୍ଦରରୁ ମନସୁଖ ମାଣ୍ଡଭୀୟ, ଉଦ୍ଦମପୁରରୁ ଜିତେନ୍ଦ୍ର ସିଂହ, ଜମ୍ମୁରୁ ଯୁଗଳ କିଶୋର ଶର୍ମା, ଖୁଣ୍ଟିରୁ ଅର୍ଜୁନ ମୁଣ୍ଡା ନିର୍ବାଚନ ଲଢ଼ିବେ।

ତେବେ ତିରୁବନନ୍ତପୁରମରୁ ରାଜୀବ ଚନ୍ଦ୍ରଶେଖର, ଗୁନାରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ, ବିଦିଶାରୁ ଶିବରାଜ ସିଂହ ଚୌହ୍ବାନ, ବିକାନିରରୁ ଅର୍ଜୁନରାମ ମେଘୱାଲ, ଅଲୱାରରୁ ଭୂପେନ୍ଦ୍ର ଯାଦବ, ଯୋଧପୁରରୁ ଗଜେନ୍ଦ୍ର ସିଂ ଶେଖାୱତ, ସିକନ୍ଦରାବାଦରୁ ଜି. କୀଷନ ରେଡ୍ଡୀ, ତ୍ରିପୁରା ପଶ୍ଚିମରୁ ବିପ୍ଳବ ଦେବ, ମଥୁରାରୁ ହେମା ମାଳିନୀ, ଖେରିରୁ ଅଜୟ ମିଶ୍ରା ଟେନି, ଫତେପୁରରୁ ସାଧ୍ୱୀ ନିରଞ୍ଜନା ଜ୍ୟୋତି, ଦୁମୁରିଆଗଞ୍ଜରୁ ଜଗଦମ୍ବିକା ପାଲ୍‌, ଗୋରଖପୁରରୁ ରବି କିଷନ, କୁଚ୍‌ବେହାରରୁ ନୀଶିଥ ପ୍ରମାଣିକ, ବେଲୁରଘାଟରୁ ସୁକାନ୍ତ ମଜୁମଦାର ଓ ହୁଗ୍‌ଲିରୁ ଲକେଟ ଚାଟାର୍ଜୀଙ୍କ ନାଁ ପ୍ରଥମ ପର୍ୟ୍ୟାୟ ତାଲିକାରେ ଅଛି। କିନ୍ତୁ ଓଡ଼ିଶାରୁ କୌଣସି ପ୍ରାର୍ଥୀଙ୍କ ନାମ ଏହି ପ୍ରଥମ ତାଲିକାରେ ପ୍ରକାଶ ପାଇ ନାହିଁ।

ଏଠାରେ କହି ରଖୁ ଯେ, ଆଉ ଦିନ କେଇଟା ଗଲେ ଦେଶରେ ନିର୍ବାଚନ। ଏହାକୁ ନେଇ ସମସ୍ତ ରାଜନୈତିକ ଦଳ ନିଜ ନିଜର ରଣନୀତି ପ୍ରସ୍ତୁତ କରୁଛନ୍ତି। ସେହିପରି ନିର୍ବାଚନ ପରିଚାଳନା ପ୍ରସ୍ତୁତି ପାଇଁ କେନ୍ଦ୍ରୀୟ ନିର୍ବାଚନ ସଂସ୍ଥାର ଅଧିକାରୀମାନେ ମଧ୍ୟ ସମସ୍ତ ରାଜ୍ୟ ପରିଦର୍ଶନ କରୁଛନ୍ତି। ତେଣୁ ଚଳିତ ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ମାଷ୍ଟର ଷ୍ଟ୍ରୋକ୍ ଖେଳିବା ପାଇଁ ପ୍ରସ୍ତୁତ ହୋଇଛି। ସେଥିପାଇଁ ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ କେନ୍ଦ୍ରରେ କ୍ଷମତାସୀନ ଥିବା ବିଜେପି ୧୯୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।

Get real time updates directly on you device, subscribe now.