fbpx
BSKY SKY
BSKY SKY

(Video) ୨-୩ ବର୍ଷ ଭିତରେ ମୋଦୀଙ୍କୁ ମାରି ଦିଆଯିବ… ଗଣମାଧ୍ୟମରେ ଖୋଲା ଧମକ ଦେଲେ ଶିଖ୍ ଯୁବକ

BSKY

ନୂଆଦିଲ୍ଲୀ: ଆସନ୍ତା ୨-୩ ବର୍ଷ ମଧ୍ୟରେ ମୋଦୀଙ୍କୁ ମାରି ଦିଆଯିବ ବୋଲି ଦୃଢ ଭାବରେ କହିଛନ୍ତି ଏହି ଶିଖ୍ ଯୁବକ । ବର୍ତ୍ତମାନ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ । ଏଥିରେ ମୋଦୀଙ୍କୁ ସିଧାସଳଖ ଭାବରେ ହତ୍ୟା କରିବା ପାଇଁ ଧମକ ଦିଆଯାଇଛି । ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ପ୍ରଧାନମନ୍ତ୍ରୀଙ୍କୁ ନେଇ ଏଭଳି ଏକ ବୟାନ ଦେବା ପରେ ମାମଲା ଆହୁରି ସରଗରମ ହୋଇଯାଇଛି ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲୋକପ୍ରିୟତା ଏବେ କେବଳ ଦେଶ ନୁହେଁ ସାରା ବିଶ୍ୱରେ ବୃଦ୍ଧି ପାଇବାରେ ଲାଗିଛି । କିନ୍ତୁ କିଛି ଲୋକଙ୍କ ମନରେ ସେ ଏବେ ବି ଜାଗା କରି ପାରିନାହାନ୍ତି । ଯାହା ଫଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି । ଜଣେ ଶିଖ୍ ଯୁବକ ଗଣମାଧ୍ୟମ ସାମନାରେ ସିଧାସଳଖ ମୋଦୀଙ୍କ ହତ୍ୟା ନେଇ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଆଗାମୀ ୨-୩ ବର୍ଷ ମଧ୍ୟରେ ମୋଦୀଙ୍କ ହତ୍ୟା ହୋଇଛି ଶୁଣିବାକୁ ମିଳିବ । ତେବେ ଏହାପରେ ଯୁବକଙ୍କ ବୟାନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହାସହିତ ସମ୍ପୃକ୍ତ ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଏଭଳି ମନ୍ତବ୍ୟ ବା ଧମକପୂର୍ଣ୍ଣ ବୟାନ ଗ୍ରହଣୀୟ ନୁହେଁ । କେତେ ଦିନ ପର୍ଯ୍ୟନ୍ତ ଏଭଳି ଘଟଣା ଆମେ ସହ୍ୟ କରିବୁ ବୋଲି ପ୍ରଶ୍ନ ହୋଇଛି । ଏହା କ’ଣ କହିବାର ସ୍ୱାଧୀନତା କି? ଏଭଳି ପ୍ରଶ୍ନ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହୋଇଛି । ତେବେ ମୋଦୀଙ୍କୁ ନେଇ ଶିଖ୍ ଯୁବକଙ୍କ ଏଭଳି ହତ୍ୟା ଧମକ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.