ଶିଳ୍ପପତିମାନଙ୍କୁ ଧରି ଓଡ଼ିଶା ଆସିବେ ମୋଦୀ: ରାଜ୍ୟରେ ବହିବ ଶିଳ୍ପର ଗଙ୍ଗା, ସୃଷ୍ଟି ହେବ ଅନେକ ନିଯୁକ୍ତି

ଉତ୍କର୍ଷ ଓଡିଶା କନକ୍ଲେଭ ୨୦୨୫ର ଉଦଘାଟନ କରିବେ ମୋଦୀ, ଗଙ୍ଗାର ସ୍ରୋତ ଭଳି ନିବେଶକମାନେ ଆସିବେ ଓଡ଼ିଶା

ଭୁବନେଶ୍ୱର : ଆସନ୍ତା କାଲିଠାରୁ ଆରମ୍ଭ ହେବ ଉତ୍କର୍ଷ ଓଡ଼ିଶା ସମ୍ମିଳନୀ । ଯାହାକୁ ନେଇ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ ନିଜ ବୟାନରେ କହିଛନ୍ତି ଯେ, ‘ଉତ୍କର୍ଷ ଓଡିଶା କନକ୍ଲେଭ ୨୦୨୫ ଏକ ଐତିହାସିକ ଓ ଯୁଗାନ୍ତକାରୀ କନକ୍ଲେଭ ହେବ । ଶିଳ୍ପ ଭାଗିରଥି ସାଜି ଶିଳ୍ପପତିମାନଙ୍କୁ ଧରି ଓଡ଼ିଶା ପ୍ରଥମ ଥର ପାଇଁ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଏହି କନକ୍ଲେଭର ଉଦଘାଟନ କରିବେ । ମୋଦି ଙ୍କ ପଛେ ପଛେ ବହିବ ଶିଳ୍ପର ଗଙ୍ଗା।ପୂର୍ବରୁ କେବଳ ମେଟାଲ ଶିଳ୍ପ ରେ ସୀମିତ ଥିଲା ମେକଇନ ଓଡ଼ିଶା। ଏଥର ସେମି କଣ୍ଡକଟର, ଗ୍ରୀନ ଏନର୍ଜି, ରିନେବୁଲ ଏନର୍ଜି, ଏ ସବୁ ଉପରେ ଫୋକସ୍ କରାଯାଇଛି।’

ଏହା ସହ ସେ ପୁଣି କହିଛନ୍ତି ଯେ, ଓଡ଼ିଶାରୁ ଆରମ୍ଭ ହେବ ଶିଳ୍ପ ବିପ୍ଳବ । ଐତିହାସିକ ହେବ ଉତ୍କର୍ଷ ଓଡ଼ିଶା । ଓଡ଼ିଶାର ପ୍ରତି ଜିଲ୍ଲାରେ ଶିଳ୍ପାନୁଷ୍ଠାନ ହେବ। ଉତ୍କର୍ଷ ଓଡିଶା ଯୁଗାନ୍ତକାରୀ ଓ ଐତିହାସିକ । ଓଡିଶାର ପ୍ରତି ଜିଲା କୁ ଆଗକୁ ନିଆଯିବ ତାହା ସରକାରଙ୍କ ପରିକଳ୍ପନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଉଦଘାଟନ କରିବେ। ଓଡ଼ିଶା ରୁ ଆରମ୍ଭ ହେବ ଶିଳ୍ପ ବିପ୍ଳବ। ଗତ ସରକାରରେ ସବୁ ସମ୍ଭାବନା ଥାଇ ବି ଶିଳ୍ପ ମରୁଭୂମି ଥିଲା।

ମେକ ଇନ ଓଡ଼ିଶା ଯାହା ପୂର୍ବ ସରକାର କରିଥିଲେ, ସେଥିରେ କେବଳ ମେଟାଲ ଇଣ୍ଡଷ୍ଟ୍ରି ଉପରେ ଫୋକସ ଦିଆଯାଉଥିଲା। ଏଥର ସବୁ ଶିଳ୍ପ କ୍ଷେତ୍ରକୁ ଗୁରୁତ୍ୱ ଦିଆଯିବ. ମୋହନ ସରକାର ଏହି ସାତ ମାସରେ ୨ଲକ୍ଷ ୭୫ ହଜାର କୋଟିର ନିବେଶ ପାଇଁ ୧୫୯ଶିଳ୍ପ ସଂସ୍ଥାକୁ ସିଙ୍ଗିଲ ୱିଣ୍ଡୋ ଅନୁମୋଦନ ମିଳିଛି। ଏଥିରେ ୨ଲକ୍ଷ ୨୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପ୍ରଥମ ଥର ପାଇଁ ମେକ ଇନ ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସୁଛନ୍ତି। ଯାହା ଏହି ଇଭେଣ୍ଟ ର ଗୁରୁତ୍ଵ ବଢ଼ାଉଛି ବୋଲି ମନ୍ତ୍ରୀ କହିଛନ୍ତି ।