fbpx
BJD SKY
BJD SKY

ମୋଇନ ଅଲୀଙ୍କୁ ମିଳିଲା ଅନୁମତି: ଏହି ଦିନରୁ ଦଳରେ ଯୋଗ ଦେଇ ଖେଳିବେ IPL ଟୁର୍ଣ୍ଣାମେଣ୍ଟ

BJD

ନୂଆଦିଲ୍ଳୀ: ଚେନ୍ନାଇ ସୁପର କିଙ୍ଗସର ସୁପରଷ୍ଟାର ଅଲରାଉଣ୍ଡର ମୋଇନ ଅଲୀଙ୍କୁ IPL ପାଇଁ ଅନୁମତି ମିଳି ସାରିଛି । ଭିସା ସମସ୍ୟାକୁ ନେଇ ଦଳ ସହିତ ଏବେ ଯୋଡି ହୋଇ ପାରି ନଥିଲେ ମୋଇନ ଅଲୀ । ତେବେ ତାଙ୍କୁ ଏବେ ଭାରତ ଆସିବା ପାଇଁ ଭିସା ମିଳିସାରିଥିବା ଜଣାପଡିଛି । କିନ୍ତୁ ତଥାପି ଚେନ୍ନାଇର ପ୍ରଥମ ମ୍ୟାଚ ପାଇଁ ସେ ଉପଲବ୍ଧ ରହିପାରିବେ ନାହିଁ । ତେଣୁ ମୋଇନ ଅଲୀଙ୍କ ବିନା ୨୬ ତାରିଖ କୋଲକାତା ବିପକ୍ଷରେ ମ୍ୟାଚ ଖେଳିବେ ଧୋନୀବାହିନୀ ।

କୋଲକାତା ବିପକ୍ଷରେ ଚେନ୍ନାଇର ଉଦଗାଟନୀ ମ୍ୟାଚରେ ସାମିଲ ହୋଇ ପାରିବେନି ଅଲରାଉଣ୍ଡର ମୋଇନ ଅଲୀ । ଏ ନେଇ ସୂଚନା ଦେଇଛନ୍ତି ଚେନ୍ନାଇ ସୁପର କିଙ୍ଗସର ସିଇଓ କାଶୀ ବିଶ୍ୱନାଥନ । ଭାରତ ପାଇଁ ମୋଇନ ଅଲୀଙ୍କୁ ଠିକ ସମୟରେ ଭିସା ମିଳିପାରି ନଥିଲା । ୨୮ ଫେବୃୟାରୀରୁ ଭିସା ପାଇଁ ଆବେଦନ କରିଥିଲେ ସୁଦ୍ଧା ସେ ଭିସା ପାଇ ପାରି ନଥିଲେ । ତେଣୁ ଏବେ ପର୍ଯ୍ୟନ୍ତ ସେ ଚେନ୍ନାଇ ସହ ଯୋଡି ହୋଇ ପାରି ନାହାନ୍ତି । ତେବେ ଭିସା ମିଳିବା ପରେ ଆଜି ମୁମ୍ବାଇରେ ପହଞ୍ଚିବେ ମୋଇନ । ତେବେ ଭାରତ ପହଞ୍ଚିବା ପରେ ୩ ଦିନ ପର୍ଯ୍ୟନ୍ତ ତାଙ୍କୁ ବାଧ୍ୟତାମୂଳକ କ୍ୱରାଣ୍ଟାଇନରେ ରହିବାକୁ ପଡିବ । ଏହାରି ମଧ୍ୟରେ ଚେନ୍ନାଇର ପ୍ରଥମ ମ୍ୟାଚ ମଧ୍ୟ ଶେଷ ହୋଇଯିବ । ତେଣୁ ପ୍ରଥମ ମ୍ୟାଚରେ ମୋଇନ ଅଲୀଙ୍କ ଖେଳିବା ଅସମ୍ଭବ ହୋଇ ପଡିଛି । ସେପଟେ ଷ୍ଟାର ବୋଲର ଦୀପକ ଚହର ମଧ୍ୟ ଆହତ ସମସ୍ୟାକୁ ନେଇ ରେ ଛନ୍ଦି ହୋଇ ରହିଛନ୍ତି । ତେଣୁ ପ୍ରଥମ କିଛି ମ୍ୟାଚ ଚେନ୍ନାଇ ପାଇଁ ଖୁବ ସଂଘର୍ଷପୂର୍ଣ୍ଣ ରହିବ ବୋଲି ଅନୁମାନ କରାଯାଉଛି ।

Get real time updates directly on you device, subscribe now.