fbpx

ପୌର ନିର୍ବାଚନ: ଭୋଟ୍ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୌର ନିର୍ବାଚନ ପାଇଁ ମତଦାନ ଚାଲିଥିବା ବେଳେ ବିଏମସିର ୫୩ ନମ୍ବର ୱାର୍ଡରେ ଭୋଟ୍ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ନିବାସରୁ ବାହାରି ଭୋଟ କେନ୍ଦ୍ରକୁ ଚାଲି ଚାଲି ଯାଇ ଭୋଟ୍ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପଳାସପଲ୍ଲୀ ବୁଥରେ ମୁଖ୍ୟମନ୍ତ୍ରୀ ଭୋଟ୍ ଦେଇଛନ୍ତି । ମତାଧିକାରୀ ସାବ୍ୟସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଭୋଟଦାନ ପାଇଁ ଭୋଟ୍ କେନ୍ଦ୍ରର କଡ଼ା ସୁରକ୍ଷା କରାଯାଇଥିଲା । ଭୋଟ ଦେଇ ନବୀନ ନିବାସକୁ ଫେରିଛନ୍ତି ମୁଖ୍ୟମନ୍ତ୍ରୀ ।

 

ତେବେ ଆଜି ସକାଳ ୮ଟାରୁ ପୌର ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛଇ, ଯାହାକି ସନ୍ଧ୍ୟା ୫ଟା ଯାଏଁ ଚାଲିବ । ୩ଟି ମହାନଗର ନିଗମ, ୧୦୬ଟି ପୌର ପରିଷଦ ପାଇଁ ଚାଲିଛି ମତଦାନ । ୪୭ଟି ମ୍ୟୁନିସପାଲିଟି, ୫୯ ଏନଏସି ପାଇଁ ମତଦାନ ଚାଲିଛି । ଆଜି ମତଦାନ ସାବ୍ୟସ୍ତ କରୁଛନ୍ତି ୪୦ ଲକ୍ଷରୁ ଉଦ୍ଧ୍ୱର୍ ମତଦାତା । ମତଦାନ ଲାଗି ସାରା ରାଜ୍ୟରେ ୧୯୫ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ସମ୍ବେଦନଶୀଳ ବୁଥଗୁଡ଼ିକରେ ଭିଡିଓଗ୍ରାଫିର ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.