fbpx

୧୦୦ ଟଙ୍କାର ତେଲ କିଣିଲେ ଜାଣନ୍ତୁ କେତେ ରହୁଛି ଟାକ୍ସ: ନଚେତ ହୋଇପାରନ୍ତି ଠକାମୀର ଶିକାର

ନୂଆଦିଲ୍ଲୀ: ସାଢେ ୪ ମାସର ବ୍ୟବଧାନ ପରେ ପୁଣି ବଢୁଛି ପେଟ୍ରୋଲ ଏବଂ ଡିଜେଲ ଦର । ଲଗାତାର ଦ୍ୱିତୀୟ ଦିନରେ ପେଟ୍ରୋଲ ୮୦ ପଇସା ପ୍ରତି ଲିଟର ବୃଦ୍ଧି ପାଇଛି । ଇନ୍ଧନ ଖୁଚୁରା ବ୍ୟସାୟୀଙ୍କ ମୂଲ୍ୟ ବିଜ୍ଞପ୍ତି ଅନୁଯାୟୀ, ଦିଲ୍ଲୀରେ ପେଟ୍ରାଲ ଦର ୯୬.୨୧ ରୁ ୯୭.୦୧ ଟଙ୍କାରେ ପହଞ୍ଚିଛି । ସେହିପରି ଡିଜେଲ ମଧ୍ୟ ୮୭.୪୭ ପଇସାରୁ ବୃଦ୍ଧି ପାଇ ୮୮.୨୭ ଟଙ୍କାରେ ସ୍ଥିର ହୋଇଛି । ସେପଟେ ମୁମ୍ବାଇରେ ପେଟ୍ରୋଲ ଦର ଲିଟର ପିଛା ୮୫ ପଇସା ବୃଦ୍ଧି ପାଇ ୧୧୧.୬୭ ଟଙ୍କା ହୋଇଥିବା ବେଳେ ଚେନ୍ନାଇରେ ଏହା ୭୫ ପଇସା ବଢି ୧୦୨.୯୧ ଟଙ୍କାରେ ପହଞ୍ଚିଛି । ତେବେ କୋଲକାତାରେ ୧୦୫.୫୧ ଟଙ୍କାରୁ ୧୦୬.୩୪ ଟଙ୍କାକୁ ବୃଦ୍ଧି ପାଇଛି ତେଲ ଦର ପାଇଁ ।

ମୁମ୍ବାଇରେ ଡିଜେଲ ଦରରେ ମଧ୍ୟ ୮୫ ପଇସା ବୃଦ୍ଧି ପାଇଛି । ୧୩୭ ଦିନର ଅନ୍ତରାଳରେ ମାର୍ଚ୍ଚ ୨୨ ତାରିଖରେ ତେଲ ଦରରେ ୮୦ ବଇସା ପ୍ରତି ଲିଟର ବୃଦ୍ଧି କରାଯାଇଥିଲା । ଉତ୍ତର ପ୍ରଦେଶ ଏବଂ ପଞ୍ଜାବ ଭଳି ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ଗତ ନଭେମ୍ବର ୪ ତାରିଖରୁ ଏହାର ଦର ସ୍ଥିର ରହିଥିଲା । ପ୍ରତ୍ୟେକ ରାଜ୍ୟରେ ଟିକସ ଅଲଗା ତେଣୁ ରାଜ୍ୟରେ ହାର ମଧ୍ୟ ଭିନ୍ନ ହେଉଛି । ଆସନ୍ତୁ ନଜର ପକାଇବା ପ୍ରତ୍ୟେକ ରାଜ୍ୟ ଦ୍ୱାରା ଆଦାୟ ହେଉଥିବା ଟାକ୍ସ ଉପରେ ।

ପେଟ୍ରୋଲିୟମ ମନ୍ତ୍ରାଳୟ ଅଧୀନରେ ଥିବା ପେଟ୍ରୋଲିୟମ ପ୍ଲାନିଙ୍ଗ ଆଣ୍ଡ ଆନାଲିସିସ ସେଲର ତଥ୍ୟ ଅନୁଯାୟୀ, ଦିଲ୍ଲୀରେ ୧୦୦ ଟଙ୍କାର ପେଟ୍ରୋଲ ପାଇଁ ଗ୍ରାହକଙ୍କୁ ମୋଟ ୪୫.୩୦ ଟଙ୍କାର ଟାକ୍ସ ଦେବାକୁ ପଡିଥାଏ । ଏଥିରୁ କେନ୍ଦ୍ରକୁ ୨୯ ଏବଂ ରାଜ୍ୟକୁ ୧୬.୩୦ ଟଙ୍କା ଯାଇଥାଏ । ଏ ନେଇ ଷ୍ଟେସ ଅଫ ଇଣ୍ଡିଆ ନାମକ ଏକ ଟ୍ୱିଟର ହାଣ୍ଡଲରେ ପୋଷ୍ଟ କରାଯାଇଛି । ସେହିପରି ମହାରାଷ୍ଟ୍ରରେ ପ୍ରତ୍ୟେକ ୧୦୦ ଟଙ୍କାର ପେଟ୍ରୋଲରେ ଏହାର ଅଧା ଦାମ(୫୨.୫) କେବଳ ଟାକ୍ସରେ ଚାଲି ଯାଇଥାଏ । ମହାରାଷ୍ଟ୍ର ସମେତ ଆନ୍ଧ୍ର ପଦେଶ(୫୨.୪), ତେଲେଙ୍ଗାନା(୫୧.୬), ରାଜସ୍ଥାନ(୫୦.୮), ମଧ୍ୟ ପ୍ରଦେଶ(୫୦.୬), କେରଳ(୫୦.୨) ଏବଂ ବିହାରରେ (୫୦)ଟଙ୍କା ଲେଖାଏଁ ଟାକ୍ସ ଦେଉଛନ୍ତି ଗ୍ରାହକ ।

Get real time updates directly on you device, subscribe now.