fbpx

ପୌର ମତଦାନ ବେଳେ ଇଭିଏମ୍ ତ୍ରୁଟି: ମତଦାନ ବିଳମ୍ବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୌର ନିର୍ବାଚନ ପାଇଁ ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଛି । ଏହାରି ମଧ୍ୟରେ ଇଭିଏମରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ନୂଆପଡ଼ାରେ ଭୋଟଦାନ ବିଳମ୍ବ ହୋଇଛି । ନୂଆପଡ଼ା ଏନଏସିର ୧୨ ନମ୍ବର ବୁଥରେ ଇଭିଏମ ଅଚଳ ହୋଇଥିବା ଅଭିଯୋଗ ହୋଇଛି । ବୁଥର କାଉନସିଲର ପଦବୀ ପାଇଁ ଉଦ୍ଦିଷ୍ଟ ଇଭିଏମ କାମ କରୁନି । ଭୋଟ କେନ୍ଦ୍ର ବାହାରେ ୫ ଶହରୁ ଉଦ୍ଧ୍ୱର୍ ଭୋଟର ମତଦାନ କରିବାକୁ ଅପେକ୍ଷା କରିଛନ୍ତି ।

ଏହା ସହ ମାଲକାନଗିରି ପୌର ପରିଷଦ ଦୁର୍ଗାଗୁଡ଼ି ସାହିରେ ଇଭିଏମ ଅଚଳ ହୋଇଛି । ୭ ନମ୍ବର ୱାର୍ଡର ବୁଥ ନମ୍ବର ୮ରେ ଇଭିଏମ ସମସ୍ୟା ହୋଇଛି । ଇଭିଏମ ସମସ୍ୟା ଯୋଗୁଁ କିଛି ସ୍ଥାନରେ ମତଦାନ ବିଳମ୍ବ ହୋଇଛି । ଭୁବନେଶ୍ୱର ଡିଏଭି ପୋଖରୀପୁଟ ବୁଥ ନମ୍ବର ୬୪୭ରେ ଭୋଟିଂ ବାଧାପ୍ରାପ୍ତ ହୋଇଛି । କିଛି ସମୟ ହେଲା ଇଭିଏମ କାମ କରୁନଥିବା ସୂଚନା ମିଳିଛି ।

କ୍ୟାପିଟାଲ ହାଇସ୍କୁଲରେ ଇଭିଏମ ସମସ୍ୟା ହୋଇଛି, ଫଳରେ ଭୋଟର ଅସନ୍ତୁଷ୍ଟ ହୋଇଛନ୍ତି । ବୁଥ ନମ୍ବର ୪୦୮ରେ ଇଭିଏମ ଖରାପ ଯୋଗୁଁ ମତଦାନ ବିଳମ୍ବିତ ହୋଇଛି । ନୟାପଲ୍ଲୀ ଉକ୍ରଳମଣି ସରକାରୀ ୟୁପି ସ୍କୁଲ ବୁଥର ଇଭିଏମରେ ସମସ୍ୟା ହୋଇଛି । ଇଭିଏମ ଖରାପ ଯୋଗୁଁ ବୁଥ ନମ୍ବର ୪୦୭ରେ ଭୋଟିଂ ବିଳମ୍ବିତ ହୋଇଛି । ଝାରପଡ଼ା ୩୩୯ ନମ୍ବର ବୁଥ ଇଭିଏମରେ ସମସ୍ୟା ହୋଇଛି ।

Get real time updates directly on you device, subscribe now.