fbpx

ପୌର ନିର୍ବାଚନ ପାଇଁ ଚାଲିଛି ମତଦାନ, ମୁଖ୍ୟମନ୍ତ୍ରୀ ଦେବେ ଭୋଟ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୌର ନିର୍ବାଚନ ପାଇଁ ଆରମ୍ଭ ହେଲା ଭୋଟ୍ ଗ୍ରହଣ । ୩ଟି ମହାନଗର ନିଗମ, ୧୦୬ଟି ପୌର ପରିଷଦ ପାଇଁ ଚାଲିଛି ମତଦାନ । ମତଦାନ ସକାଳ ୮ଟାରୁ ଭୋଟଗ୍ରହର ଆରମ୍ଭ ହୋଇଥିବା ବେଳେ ଏହା ସନ୍ଧ୍ୟା ୫ଟା ଯାଏଁ ଚାଲିବ । ୪୭ଟି ମ୍ୟୁନିସପାଲିଟି, ୫୯ ଏନଏସି ପାଇଁ ମତଦାନ ଚାଲିଛି । ଆଜି ମତଦାନ ସାବ୍ୟସ୍ତ କରୁଛନ୍ତି ୪୦ ଲକ୍ଷରୁ ଅଧିକ ମତଦାତା । ମତଦାନ ଲାଗି ସାରା ରାଜ୍ୟରେ ୧୯୫ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ସମ୍ବେଦନଶୀଳ ବୁଥଗୁଡ଼ିକରେ ଭିଡିଓଗ୍ରାଫିର ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ୧୦୬ ପୌର ପରିଷଦରେ ମୋଟ ୧ ହଜାର ୭୩୧ଟି ୱାର୍ଡରେ ନିର୍ବାଚନ ଚାଲିଛି । ୩ଟି ପୌର ନିଗମରେ ମୋଟ ୧୬୮ଟି ୱାର୍ଡ ରହିଛି । ନିର୍ବାଚନରେ ୬୪୧୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ଭୋଟର । ଭୁବନେଶ୍ୱରର ୬୭ଟି ୱାର୍ଡ ପାଇଁ ୭୦୫ଟି ବୁଥ ହୋଇଛି । ପ୍ରତି ବୁଥରେ ଜଣେ ପ୍ରିଜାଇଡିଂ ଅଫିସର, ୪ ପୁଲିଂ ଅଫିସର ରହିବେ । ମତଦାନକୁ ସ୍ୱଚ୍ଛ ଓ ନିରପେକ୍ଷ କରିବାକୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପ୍ରଥମଥର ପାଇଁ ମେୟର ଓ ପୌରାଧ୍ୟକ୍ଷ ପଦ ପାଇଁ ହେଉଛି ସିଧାସଳଖ ଭୋଟିଂ ।

ଅନ୍ୟପଟେ ପୌର ନିର୍ବାଚନରେ ଭୋଟ୍ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୫୩ ନମ୍ବର ୱାର୍ଡରେ ମୁଖ୍ୟମନ୍ତ୍ରୀ ଭୋଟ୍ ଦେବେ । ସକାଳ ୯ଟା ସମୟରେ ମତାଧିକାର ସାବ୍ୟସ୍ତ କରିବେ ମୁଖ୍ୟମନ୍ତ୍ରୀ ।

Get real time updates directly on you device, subscribe now.