fbpx
BJD SKY
BJD SKY

‘ଗୋଟିଏ ରାତି ମୋ ସହ ଶୋଇଲେ ବିଜେପିରୁ ଟିକେଟ୍ ଦେବି’: BJP ନେତାଙ୍କ ଅଶ୍ଲୀଳ ଅଫର୍

BJD

ପନ୍ନା: ରାଜନୀତିର ଉପର ଦେଖିବା ଯେତେ ଭଲ, ଭିତର ସେତେ କଳୁଷିତ । ଦିନକୁ ଦିନ ରାଜନେତାଙ୍କର ଖରାପ କାର୍ଯ୍ୟକଳାପ ସାମ୍ନାକୁ ଆସିବାରେ ଲାଗିଛି । ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଏପରି ଏକ ଘଟଣା, ଯାହାକୁ ଶୁଣି ଆପଣଙ୍କୁ ବି ଲଜ୍ଜ୍ୱା ଲାଗିବ । ରାଜନୀତିରେ ଭଲ ସୁଯୋଗ ଦେବା ଓ ଟିକେଟ ଦେବା ଆଳରେ ବିଜେପି ନେତ୍ରୀଙ୍କୁ ଆଉ ଜଣେ ବିଜେପି ନେତା ଅଶ୍ଲୀଳ ଅଫର ଦେଇଛନ୍ତି । ବିଜେପି ନେତ୍ରୀ ଅଭିଯୋଗ କରିଛନ୍ତି ଯେ, ଟିକେଟ୍ ନାଁରେ ଅନେକ ସମୟ ଧରି ତାଙ୍କୁ ବ୍ଲାକମେଲ କରାଯାଉଛି । ଶେଷରେ ମହିଳା ଜଣକ ବିଜେପି ନେତାଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛନ୍ତି ।

ତେବେ ଏହି ମାମଲା ପନ୍ନା ଜିଲ୍ଲାର ଗୁନ୍ନୌର ବିଧାନସଭା ନିର୍ବାଚନୀ ମଣ୍ଡଳରୁ ଆସିଛି । ସେଠାରେ ବିଜେପି ନେତ୍ରୀ ଅଭିଯୋଗ କରିଛନ୍ତି ଯେ, ଗ୍ୱାଲିୟର ନିବାସୀ ବିଜେପି ନେତା, ଯୁବ ମୋର୍ଚ୍ଚା ଗ୍ରାମ୍ୟର ପୂର୍ବତନ ଜିଲ୍ଲା ସାଧାରଣ ସମ୍ପାଦକ କୃଷ୍ଣ ଗୁରୁରାଜ ତାଙ୍କୁ ବିଧାନସଭା ଟିକେଟ ଦେବା ଓ ଆୟୋଗରେ ସାମିଲ କରିବା ପାଇଁ ଅନେକ ସମୟ ଧରି ଲକ୍ଷାଧିକ ଟଙ୍କା ମାଗୁଥିଲେ । ବିଜେପି ନେତା ତାଙ୍କୁ ହୋଟେଲ ଡାକିବା ସହ ଅନୈତିକ ସମ୍ପର୍କ ରଖିବାକୁ ଦାବି କରିଥିଲେ । ଅଭିଯୁକ୍ତ ବିଜେପି ନେତା ତାଙ୍କ ଅଡିଓ ଭାଇରାଲ କରିଦେବାକୁ ଦୀର୍ଘ ସମୟ ଧରି ଧମକ ଦେଉଥିବା ମହିଳା ଜଣକ ଥାନାରେ ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.