fbpx
BJD
BJD SKY
BJD SKY

(Video) ବରଫ ବର୍ଷା ବି ବିରାଟଙ୍କ ମାଡ଼କୁ ରୋକି ପାରିଲା ନାହିଁ; ଚଉକା ଛକାରେ ଗଦାଇ ଦେଲେ ବିରାଟ…

ମୁମ୍ୱାଇ: ବରଫ ବର୍ଷାରେ ବିରାଟଙ୍କ ବିସ୍ଫୋରକ ବ୍ୟାଟିଂ । ଚଉକା ଛକାରେ ଗଦାଇ ଦେଲେ ବିରାଟ । ବରଫ ବର୍ଷା ବି ବିରାଟଙ୍କ ମାଡ଼କୁ ରୋକି ପାରିଲା ନାହିଁ । କାଚୁଥିଲା ବରଫ ବର୍ଷା । ହେଲେ କାହାରିକୁ ଖାତିର କରି ନଥିଲେ ବିରାଟ କୋହଲି । ବୋଲର ମାନଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ । ଛକା ଚଉକାରେ ବର୍ଷିଥିଲା ଧର୍ମଶାଳା ଷ୍ଟାଡିୟମ । ବିରାଟଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିଲା ପୁରା ଷ୍ଟାଡିୟମ । ଧର୍ମଶାଳା ଗ୍ରାଉଣ୍ଡରେ ବାଙ୍ଗାଲୁର ଏବଂ ପଞ୍ଜାବ ମଧ୍ୟରେ ହୋଇଥିଲା ନକଆଉଟ ମ୍ୟାଚ୍ । ଜିଏ ହାରିଥାନ୍ତା ସେ ବାହାରିଥାନ୍ତା ଆଇପିଏଲରୁ । ଆଉ ଏହି ମ୍ୟାଚରେ ହୋଇଥିଲା କୁଆପଥର ବର୍ଷା । କୋହଲି ବ୍ୟାଟିଂ କରୁଥିବା ବେଳେ ହଠାତ ହୋଇଥିଲା ବର୍ଷ । ଆଉ ବର୍ଷା ଛାଡିବା ପରେ ଧୋଇଥିଲେ ବିରାଟ । ବୋଲର ମାନଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ ।

ପ୍ରଥମେ ବାଙ୍ଗାଲୁର ବ୍ୟାଟିଂ ପାଇଁ ମଇଦାନକୁ ଓହ୍ଲାଇଥିଲା । ବାଙ୍ଗାଲୁର ୨୪୨ ରନ୍‌ର ବିଜୟ ଲକ୍ଷ ଦେଇଥିଲା ପଞ୍ଜାବକୁ । ଯେଉଁଥିରେ ବିରାଟ ୪୭ ବଲରେ ୯୨ ରନ୍ କରିଥିଲେ । କାହାରିକୁ ଛାଡ଼ି ନଥିଲେ ବିରାଟ । ନିଜର ଷ୍ଟ୍ରାଇକ ରେଟକୁ ବଢ଼ାଇବାକୁ ଚାହିଁଥିଲେ ବିରାଟ ବୋଲି ସେ କହିଛନ୍ତି । ବିରାଟଙ୍କ ସହ ସାଥ ଦେଇଥିଲେ ପଟିଦାର ଏବଂ କେମରନ୍ ଗ୍ରୀନ୍ । ଯଦି ଦେଖିବା ଏହି ମ୍ୟାଚ୍ ଉଭୟ ଦଳ ପାଇଁ ବହୁତ ଖାସ ରହିଥିଲା । କାରଣ ହାରିଥିଲେ ଆଇପିଏଲରୁ ବାଦ ପଡ଼ିଥାନ୍ତେ ଉଭୟ । ବିରାଟଙ୍କ ୯୨ ରନ୍ ଦଳକୁ ଏକ ମଝବୁତ ସ୍ଥିତିରେ ପହଞ୍ଚାଥିଲା ।

Get real time updates directly on you device, subscribe now.