fbpx
BSKY
BJD SHG SKY
BJD YOUTH SKY

ଇତିହାସ ରଚିଲେ ସିରାଜ: ଭାରତୀୟ ବୋଲରଙ୍କ ନାମରେ ଯୋଡ଼ି ହେଲା ଏକାଧିକ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ: ଆଜି ଭାରତ-ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ହୋଇଥିବା ଏସିଆ କପର ଫାଇନାଲରେ ଦେଖିବାକୁ ମିଳିଛି ସିରାଜ୍ ଝଡ଼ । ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ ଶ୍ରୀଲଙ୍କାର ବ୍ୟାଟିଂ ମେରୁଦଣ୍ଡକୁ ଭାଙ୍ଗି ଚୁରମାର କରିଦେବା ସହିତ ନିଜ ନାମରେ ଯୋଡ଼ିଛନ୍ତି ଏକାଧିକ ରେକର୍ଡ । ପ୍ରଥମ ଭାରତୀୟ ଭାବେ ସିରାଜ ଗୋଟିଏ ଓଭରରେ ୪ଟି ୱିକେଟ ଅକ୍ତିଆର କରିଛନ୍ତି ।

ସିରାଜ ଚତୁର୍ଥ ଓଭରର ପ୍ରଥମ ବଲରେ ପଥୁମ ନିସଙ୍କା, ତୃତୀୟ ବଲରେ ସଦୀରା ସମରବିକ୍ରମା, ଚତୁର୍ଥ ବଲରେ ଚରିଥ ଅସଲାଙ୍କା, ଷଷ୍ଠ ବଲରେ ଧନଞ୍ଜୟ ଡି’ସିଲଭାଙ୍କୁ ଆଉଟ୍ କରିଥିଲେ । ଏହାପରେ ୬ଷ୍ଠ ଓଭରରେ ସିରାଜ ଶ୍ରୀଲଙ୍କା ଅଧିନାୟକ ଦାସୁନ ସନାକାଙ୍କୁ କ୍ଲିନ୍ ବୋଲ୍ଡ କରିଦେଇଥିଲେ । ସିରାଜଙ୍କ ତୋଫାନରେ ଶ୍ରୀଲଙ୍କା ମାତ୍ର ୫୦ ରନରେ ଅଟକି ଯାଇଥିଲା ।

ତେବେ ଏହି ଶାନଦାର ପ୍ରଦର୍ଶନ ଫଳରେ ସିରାଜ ପ୍ରଥମ ୫୦ ୱିକେଟ ନେବାରେ ବିଶ୍ୱର ଦ୍ୱିତୀୟ ବୋଲର ହୋଇଛନ୍ତି । ସେ ୧୦୦୨ଟି ବଲରେ ଏହି ଉପଲବ୍ଧି ହାସଲ କରିଛନ୍ତି । ଏହା ପୂର୍ବରୁ ପ୍ରଥମ ୮୪୭ଟି ବଲରେ ୫୦ଟି ୱିକେଟ ନେଇ ଶ୍ରୀଲଙ୍କାର ଅଜନ୍ତା ମେଣ୍ଡିସ ଟପରେ ରହିଛନ୍ତି । ସିରାଜ ୧୬ଟି ବଲରେ ୫ଟି ୱିକେଟ ହାସଲ କରି ଅନ୍ତର୍ଜାତୀୟ କ୍ରିକେଟରେ ସବୁଠାରୁ ଦ୍ରୁତ ପାଞ୍ଚ ୱିକେଟ ହାସଲକାରୀ ଭାରତୀୟ ବୋଲର ହୋଇପାରିଛନ୍ତି ।

ଏହା ପୂର୍ବରୁ ଗତ ୨୦୦୩ରେ ଶ୍ରୀଲଙ୍କା ପେସର ଚାମିଣ୍ଡା ଭାସ ବାଂଲାଦେଶ ବିପକ୍ଷରେ ୧୬ଟି ବଲରେ ୫ଟି ୱିକେଟ ଅକ୍ତିଆର କରିଥିଲେ । ସେହିପରି ଦକ୍ଷିଣ ଆଫ୍ରିକାର ପେସ ବେଲର ମାଖୟା ଏନଟିନି ପାକିସ୍ତାନ ବିପକ୍ଷରେ ୮ ରନ ଦେଇ ୫ ୱିକେଟ ଅକ୍ତିଆର କରିଥିବା ବେଳେ ସିରାଜ ୭ ୱିକେଟରେ ୫ ୱିକେଟ ହାସଲ କରିଛନ୍ତି । ଭୁବନେଶ୍ୱର କୁମାର ଶ୍ରୀଲଙ୍କା ବିପକ୍ଷରେ ୭ ରନରେ ୪ ୱିକେଟ, ଯଶପ୍ରୀତ ବୁମ୍ରା ଇଂଲଣ୍ଡ ବିପକ୍ଷରେ ୯ ରନରେ ୪ ୱିକେଟ, ମହମ୍ମଦ ସିରାଜ ଶ୍ରୀଲଙ୍କା ବିପକ୍ଷରେ ୧୭ ରନରେ ୪ ୱିକେଟ, ଜଭାଗଲ ଶ୍ରୀନାଥ ଶ୍ରୀଲଙ୍କା ବିପକ୍ଷରେ ୨୦ ରନରେ ୪ ୱିକେଟ ହାସଲ କରିଥିଲେ ।

Get real time updates directly on you device, subscribe now.