fbpx

ମହମ୍ମଦ ଶାମିଙ୍କ ବିଶ୍ୱ ରେକର୍ଡ: ବିଶ୍ୱକପରେ ଅକ୍ତିଆର କଲେ ସର୍ବାଧିକ ୱିକେଟ

Advertisement

ନୂଆଦିଲ୍ଲୀ: ଚଳିତ ବିଶ୍ୱକପରେ ଭାରତ ୭ଟି ମ୍ୟାଚରୁ ୭ଟିରେ ବିଜୟ ହାସଲ କରି ସେମିଫାଇନାଲରେ ପ୍ରବେଶ କରିଛି । ଆଜି ଟିମ୍ ଇଣ୍ଡିଆ ଶ୍ରୀଲଙ୍କାକୁ ୩୦୦ ରନର ଏକ ବୃହତ ବ୍ୟବଧାନରେ ପରାସ୍ତ କରି ଇତିହାସ ରଚିଛି । ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ ହରାଇ ୩୫୭ ରନ୍ ସଂଗ୍ରହ କରିଥିବା ବେଳେ ଶ୍ରୀଲଙ୍କା ମାତ୍ର ୫୫ ରନରେ ଅଲଆଉଟ୍ ହୋଇଯାଇଥିଲା ।

ତେବେ ଏହା ମଧ୍ୟରେ ଭାରତୀୟ ପେସର ମହମ୍ମଦ ଶାମି ପୁଣି ଥରେ ବିଶ୍ୱକପରେ ଚମକିଛନ୍ତି । ଶାମି ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି । ଭାରତୀୟ ବୋଲର ଭାବେ ଶାମି ବିଶ୍ୱକପରେ ସର୍ବାଧିକ ୱିକେଟ ଅକ୍ତିଆର କରିଛନ୍ତି । ଆଜି ଶାମି ଶ୍ରୀଲଙ୍କା ବିପକ୍ଷରେ ୫ଟି ୱିକେଟ ନେଇଥିଲେ । ଏହାଫଳରେ ଶାମି ବିଶ୍ୱକପରେ ମୋଟ ୪୫ଟି ୱିକେଟ ନେଇ ନୂଆ ରେକର୍ଡ କରିଛନ୍ତି । ଏହି କ୍ରମରେ ଶାମି ଜଭାଗଲ ଶ୍ରୀନାଥ ଓ ଜାହିର ଖାନଙ୍କୁ ଅତିକ୍ରମ କରିଯାଇଛନ୍ତି ।

ଜାହିର ୨୩ଟି ଇନିଂସରେ ୪୪ଟି ୱିକେଟ ନେଇଥିବା ବେଳେ ଶ୍ରୀନାଥ ୩୩ଟି ଇନିଂସରେ ୪୪ଟି ୱିକେଟ ନେଇଥିଲେ । ଶାମି ମାତ୍ର ୧୪ଟି ଇନିଂରେ ୪୪ଟି ୱିକେଟ ହାସଲ କରିଛନ୍ତି । ସୂଚନାଯୋଗ୍ୟ ଯେ, ଚଳିତ ବିଶ୍ୱକପରେ ଶାମି ପ୍ରଥମ ୪ଟି ମ୍ୟାଚରେ ପ୍ଲେଇଂ-୧୧ରେ ସୁଯୋଗ ପାଇନଥିଲେ । ଏହାପରେ ଅକ୍ଟୋବର ୨୨ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ନିଜର ପ୍ରଥମ ମ୍ୟାଚରେ ଶାମି ୫ଟି ୱିକେଟ ନେଇ ଟିମ୍ ଇଣ୍ଡିଆର ବିଜୟର ପ୍ରମୁଖ କର୍ଣ୍ଣଧାର ସାଜିଥିଲେ । ତା’ପରେ ଅକ୍ଟୋବର ୨୯ ତାରିଖରେ ଇଂଲଣ୍ଡ ବିପକ୍ଷରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିବା ବେଳେ ଦଳକୁ ନିଶ୍ଚିତ ପରାଜୟରୁ ଉଦ୍ଧାର କରିଥିଲେ ଶାମି । ସେହି ମ୍ୟାଚରେ ଶାମି ଶାଣିତ ବୋଲିଂ କରି ୪ଟି ୱିକେଟ ହାସଲ କରିଥିଲେ । ଶାମିଙ୍କ ବୋଲିଂକୁ ଇଂଲଣ୍ଡର ଜନ୍ନି ବେୟାରଷ୍ଟୋ, ବେନ ଷ୍ଟୋକ୍ସ ପରି ତାରକା ବ୍ୟାଟ୍ସମ୍ୟାନ ବୁଝିପାରିନଥିଲେ ।

Get real time updates directly on you device, subscribe now.