fbpx

ଦେଶରେ ଟ୍ରେନ ଦୁର୍ଘଟଣା କମୁନି କାହିଁକି: ଗତ ୧୦ ବର୍ଷ ମଧ୍ୟରେ ଭାରତ ସରକାର ଏଥିପାଇଁ କ’ଣ ପଦକ୍ଷେପ ଗ୍ରହଣ କରିଛନ୍ତି

Advertisement

ନୂଆଦିଲ୍ଲୀ: ଗତ କିଛିବର୍ଷ ଧରି ଦେଶରେ ଟ୍ରେନ ଦୁର୍ଘଟଣା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି । ଗତ ଜୁନ ମାସରେ ଘଟିଥିବା ବାଲେଶ୍ୱରର ବାହାନଗା ଟ୍ରେନ ଦୁର୍ଘଟଣା ସବୁ ସୀମା ଟପିଯାଇଥିଲା । ସେହି ଦୁର୍ଘଟଣାରେ ପାଖାପାଖି ୩ ଶହ ଜଣଙ୍କ ମୃତ୍ୟୁ ଘଟିବା ସହିତ ୧ ହଜାରରୁ ଅଧିକ ଯାତ୍ରୀ ପ୍ରାଣ ହରାଇଥିଲେ । ତା’ପରେ ନିୟମିତ ବ୍ୟବଧାନରେ ଦେଶର ବିଭିନ୍ନ ସ୍ଥାନରେ ଛୋଟ ବଡ଼ ଟ୍ରେନ ଦୁର୍ଘଟଣା ଦେଖିବାକୁ ମିଳିଛି ।

ଗତ ମାସ ୨୯ ତାରିଖରେ ଆନ୍ଧ୍ରପ୍ରଦେଶରେ ୩ଟି ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇ ୧୪ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିବା ସହିତ ୫୦ ଯାତ୍ରୀ ଆହତ ହୋଇଥିଲେ । ତା’ପରେ ୩୧ ତାରିଖରେ ଝାରଖଣ୍ଡରେ ଏକ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିବା ସହିତ ୯ ଜଣ ଆହତ ହୋଇଥିଲେ । ଏହିସବୁ ଦୁର୍ଘଟଣା ମାନବଜନିତ ତ୍ରୁଟି ବୋଲି କୁହାଯାଉଛି । ଭାରତ ଇତିହାସରେ ଟ୍ରେନ ଦୁର୍ଘଟଣାର ଇତିହାସ ବହୁ ପୁରୁଣା । ୧୯୯୯ରେ ପଶ୍ଚିମବଙ୍ଗରେ ୨୮୫ ଜଣଙ୍କ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦୧୦ରେ ସେହି ରାଜ୍ୟରେ ୧୪୫ ଜଣଙ୍କ ମୃତ୍ୟୁ ଘଟିଥିଲା ।

ଗତ ୨୦୧୪ରୁ ୨୦୨୩ ମଧ୍ୟରେ ୧୦ଟି ଟ୍ରେନ ଦୁର୍ଘଟଣା ହୋଇଥିବା ବେଳେ ସେଥିରେ ପାଖାପାଖି ୬୦୦ ଜଣଙ୍କ ମୃତ୍ୟୁ ଘଟିବା ସହିତ ୧୩୦୦ରୁ ଅଧିକ ଆହତ ହୋଇଥିଲେ । ୨୦୨୨ର ଏନସିଆରବିର ରିପୋର୍ଟ ମୁତାବକ, ୨୦୨୦ରେ ହୋଇଥିବା ଟ୍ରେନ ଦୁର୍ଘଟଣା ତୁଳନାରେ ୨୦୨୧ରେ ୩୮.୨ ପ୍ରତିଶତ ବଢ଼ିଥିଲା । ସିଗନାଲଜନିତ ତ୍ରୁଟି, ଦ୍ରୁତ ଗତିରେ ଡ୍ରାଇଭିଂ ଆଦି ମାନବ ତ୍ରୁଟି ଏଥିପାଇଁ ଦାୟୀ ବୋଲି କୁହାଯାଇଥିଲା ।

ଦୁର୍ଘଟଣାର ଦ୍ୱିତୀୟ ବଡ଼ କାରଣ ହେଉଛି ସିଗନାଲ ବିଫଳତା । ସିଗନାଲ ସିଷ୍ଟମ ଟ୍ରେନର ଗତି ଓ ଦିଗକୁ ନିୟନ୍ତ୍ରଣ କରିଥାଏ । ସେଥିରେ ଟେକନିକ ତ୍ରୁଟି, ବିଜୁଳି କଟ ଓ ମାନବ ତ୍ରୁଟି ଆଦି ସମସ୍ୟା ଦେଖାଦେଇଥାଏ । ଗତ କିଛି ବର୍ଷ ଧରି ଟ୍ରେନର ଇନଫ୍ରାଷ୍ଟ୍ରକଚରର ଅନେକ ସୁଧାର ଦେଖିବାକୁ ମିଳିଛି । ମାତ୍ର ଏବେ ତାହାକୁ ଆହୁରି ଉନ୍ନତ କରିବାର ଆବଶ୍ୟକତା ରହିଛି ।

ଗତ ବର୍ଷ ମେ ମାସରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ, ଦେଶରେ ଅଧିକ ଟ୍ରେନ ଟ୍ରାକକୁ ଅପଗ୍ରେଡ କରାଯାଉଛି, ଫଳରେ ଘଣ୍ଟା ପ୍ରତି ୧୦୦ କିମି ବେଗରେ ଗତି କରୁଥିବା ଟ୍ରେନକୁ ଦୌଡ଼ା ଯାଇପାରିବ । ରେଳ ଲାଇନର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶକୁ ୧୬୦ କିମି ପ୍ରତି ଘଣ୍ଟା ବେଗରେ ଦୌଡ଼ାଇବା ପାଇଁ ସକ୍ଷମ କରାଇବାକୁ କାର୍ଯ୍ୟ ଜାରି ରହିଛି । ୨୦୧୯-୨୦ ମଧ୍ୟରେ ଯେତେ ଟ୍ରେନ ଦୁର୍ଘଟଣା ହୋଇଥିଲା ତା’ର ୭୦ ପ୍ରତିଶତ ଦୁର୍ଘଟଣା ଟ୍ରେନ ବଗି ଧାରଣାରୁ ବାହାରିଯିବା କାରଣରୁ ଘଟିଥିଲା । ତେବେ ଟ୍ରେନ ଦୁର୍ଘଟଣାକୁ ରୋକିବା ପାଇଁ କେନ୍ଦ୍ର ସରକାର କୌଣସି ପଦକ୍ଷେପ ଗ୍ରହଣ କରିଛନ୍ତି କି ନାହିଁ ସେନେଇ ଗତ ବର୍ଷ ସିଏଜି ଚିନ୍ତା ପ୍ରକଟ କରିଥିଲେ ।

ଭାରତ ସରକାର ଗତ ଆର୍ଥିକ ବର୍ଷ ୨୦୧୯-୨୦ରେ ୬୮,୦୧୯ କୋଟି, ୨୦୨୦-୨୧ରେ ୭୨,୨୧୬ କୋଟି, ୨୦୨୧-୨୨ରେ ୧୧୦,୦୫୪ କୋଟି, ୨୦୨୨-୨୩ରେ ୧୪୦,୩୬୭ କୋଟି, ୨୦୨୩-୨୪ରେ ୨୪୧,୨୬୮ କୋଟିର ରେଳ ବଜେଟ୍ ମଞ୍ଜୁର କରିଥିଲେ । ଗତ କିଛି ବର୍ଷ ଧରି କେନ୍ଦ୍ର ସରକାର ରେଳ ଦୁର୍ଘଟଣାକୁ ରୋକିବା ପାଇଁ ଅନେକ ପ୍ରକାର ଟେକନିକ ଓ ଅପଗ୍ରେଡେସନ ଉପରେ କାର୍ଯ୍ୟ କରିଛନ୍ତି । ସରକାର ଟ୍ରେନରେ ବିଏମବିଏସ ବୋଗି ମାଉଣ୍ଟେଡ ଏୟର ବ୍ରେକ ସିଷ୍ଟମ, କବଚ, ଜିପିଏସ ଆଧାରିତ ଫଗ ପାସ ଡିଭାଇସ ଟେକନିକ ଯୋଡ଼ିଛନ୍ତି ।

Get real time updates directly on you device, subscribe now.