fbpx

ଏନକାଉଣ୍ଟରରେ ଲମ୍ବୁ ଟଳିଲା, ପୁଲୱାମା ଆକ୍ରମଣରେ ଥିଲା…

ଓଡ଼ିଶା ଭାସ୍କର ବ୍ୟୁରୋ: ଜୈଶ-ଇ-ମହମ୍ମଦର ଆଉଜଣେ ଆତଙ୍କବାଦୀଙ୍କୁ ସଫା କରିଦେଇଛନ୍ତି ଭାରତୀୟ ସୁରକ୍ଷାକର୍ମୀ । ମିଳିତ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର୍ରେ ଟଳିପଡ଼ିଛି ପୁଲୱାମା ଆକ୍ରମଣରେ ସାମିଲ୍ ଥିବା ମହମ୍ମଦ ଇସମାଇଲ୍ ଓରଫ ଲମ୍ବୁ । ଜୈଶ୍-ଇ-ମହମ୍ମଦର ମୁଖ୍ୟ ମୌଲାନା ମସୁଦ୍ ଆଝାରର ପୁତୁରା ଲମ୍ବୁକୁ ଏନକାଉଣ୍ଟର୍ କରିବା ଫଳରେ ପୁଲୱାମ ଆକ୍ରମଣର ପ୍ରତିଶୋଧ ନିଆଯାଇପାରିଛି ବୋଲି ସାଧାରଣରେ ଆଲୋଚନା ହେଉଛି ।

ସୂଚନାଯୋଗ୍ୟ ଯେ ୨୦୧୭ ପରଠାରୁ ଜମ୍ମୁ-କଶ୍ମୀରରେ ଆତଙ୍କ ଖେଳାଉଥିଲା ଲମ୍ବୁ । ଆଇଇଡି ବିସ୍ଫୋରଣ କରାଇବାରେ ଅଭିଜ୍ଞ ଲମ୍ବୁକୁ ହଙ୍ଗଲମର୍ଗରେ ହୋଇଥିବା ଏନକାଉଣ୍ଟରରେ ସୁରକ୍ଷା କର୍ମୀ ଶେଷ କରି ଦେଇଛନ୍ତି । ଏଥିସହ ଆଉଜଣେ ଆତଙ୍କୀ ମଧ୍ୟ ସଫା ହୋଇଯାଇଛି । ୨୦୧୯ ଫେବ୍ରୁଆରି ୧୪ରେ ପୁଲୱାମା ଆକ୍ରମଣ ସମେତ ଅନ୍ୟ ଆକ୍ରମଣରେ ଲମ୍ବୁ ସକ୍ରିୟ ଭାବେ ସମ୍ପୃକ୍ତ ରହିଥିଲା । ଆଫଗାନିସ୍ତାନର ତାଲିବାନ ଆତଙ୍କବାଦୀ ସଂଗଠନ ସହ ମଧ୍ୟ ଲମ୍ବୁର ଲିଙ୍କ୍ ରହିଥିଲା ।

Get real time updates directly on you device, subscribe now.