fbpx

ବିଧାୟକଙ୍କ ଗାଡ଼ି ଉପରକୁ ବୋମାମାଡ଼ ଘଟଣା; ପୋଲିସ ତଦନ୍ତ ପ୍ରକ୍ରିୟାରେ ଅସନ୍ତୁଷ୍ଟ ମୋହନ ମାଝୀ

ଭୁବନେଶ୍ୱର: ମୋହନ ମାଝୀଙ୍କ ଗାଡ଼ି ଉପରେ ବୋମାମାଡ଼ ଘଟଣାରେ ପୋଲିସ ଆଜି ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ବ୍ୟକ୍ତିଗତ ଶତ୍ରୁତା ଓ ଆର୍ଥିକ କାରବାର ନେଇ ଏହି ବୋମା ମାଡ଼ ହୋଇଥିବା ପୋଲିସ ସୂଚନା ଦେଇଛି ।  ତେବେ ପୋଲିସର ତଦନ୍ତ ନେଇ ମୋହନ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଗିରଫ ଅଭିଯୁକ୍ତଙ୍କୁ ଚିହ୍ନି ନ ଥିବା ବେଳେ ତାଙ୍କ ସହ ଆର୍ଥିକ କାରବାର ଓ ବ୍ୟକ୍ତିଗତ ଶତ୍ରୁତା ଆସିଲା କେଉଁଠି ବୋଲି ପ୍ରଶ୍ନ କରିଛନ୍ତି ମୋହନ ମାଝୀ। ଘଟଣାର ମାଷ୍ଟର ମାଇଣ୍ଡକୁ ଘଣ୍ଟ ଘୋଡେଇବାକୁ ପୋଲିସ ପ୍ରୟାସ କରୁଥିବାବେଳେ ଅଭିଯୁକ୍ତ ମାନଙ୍କର ଲାଇ ଡିଟେକ୍ସନ ଦାବି କରିଛନ୍ତି ମୋହନ । ବର୍ତ୍ତମାନର ଏସପିଙ୍କ ଦ୍ୱାରା  ସମୟରେ ନିରପକ୍ଷ ତଦନ୍ତ ହୋଇପାରିବନାହିଁ ବୋଲି କହିବା ସହ ଏସପିଙ୍କ ତୁରନ୍ତ ବଦଳି ଏବଂ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ।

ଘଟଣାର ମାଷ୍ଟର ମାଇଣ୍ଡ ତଥା ଏଫଆଇଆର ରେ ଉଲ୍ଲେଖ କରିଥିଲେ ତାଙ୍କୁ ତଦନ୍ତ ପରିସର କରିନଥିବା ବେଳେ ଏବେ ନିଜକୁ ଅସୁରକ୍ଷିତ ମନେ କରିଛନ୍ତି ବିଧାୟକ। ତେଣୁ ପୋଲିସର ଏ ପରି ତଦନ୍ତକୁ ମୋହନ ଆଗ୍ରହ କରିବା ସହ ଘଟଣାକୁ ଘଣ୍ଟା ଘୋଡ଼ାଯାଉଥିବା ନେଇ ଅଭିଯୋଗ କରିଛନ୍ତି ମୋହନ ମାଝୀ ।

Get real time updates directly on you device, subscribe now.