Breaking: ମହାକୁମ୍ଭରେ ବୁଡ଼ ପକାଇବେ ମୋହନ ମାଝୀ, ୩ ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମହାକୁମ୍ଭର ଶେଷ ପର୍ଯ୍ୟାୟରେ ସଙ୍ଗମରେ ବୁଡ଼ ପକାଇବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆସନ୍ତା କାଲିଠାରୁ ୩ ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ଯିବେ ମୋହନ। ପ୍ରଥମେ ମହାକୁମ୍ଭର ତ୍ରିବେଣୀରେ ବୁଡ଼ ପକାଇବେ ପରେ ଅଯୋଧ୍ୟା ଯାଇ ପ୍ରଭୁ ରାମଙ୍କ ଦର୍ଶନ କରିବେ।

ଯଦି ଦେଖିବା ପୂର୍ବରୁ ମଧ୍ୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ମଧ୍ୟ ମହାକୁମ୍ଭରେ ବୁଡ଼ ପକାଇସାରିଛନ୍ତି। ଆଉ ଏବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହାକୁମ୍ଭରେ ବୁଡ଼ ପକାଇବାକୁ ଯାଉଛନ୍ତି।