fbpx

ଜିରୋ ଆକାଉଣ୍ଟରୁ ଟଙ୍କା ଉଠେଇବା ପ୍ରସଙ୍ଗ, ଟଙ୍କା ନଫେରାଇଲେ କାର୍ଯ୍ୟାନୁଷ୍ଠାନ

ପାଟଣାଗଡ଼,୧୫ା୧୨(ଓଡ଼ିଶା ଭାସ୍କର): ପାଟଣାଗଡ଼ ଉକ୍ରଳ ଗ୍ରାମୀଣ ବ୍ୟାଙ୍କର ଜିରୋ ଆକାଉଣ୍ଟରୁ ଖାତାଧାରୀ ଟଙ୍କା ଉଠାଇଥିବା ଚାଞ୍ଚଳ୍ୟକର ଘଟଣା ଘଟିଥିଲା । ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି ବ୍ୟାଙ୍କ ମୁଖ୍ୟ ରଞ୍ଜିତ କୁମାର ମିଶ୍ର । ସେ କହିଛନ୍ତି ବୈଷୟିକ ତ୍ରୁଟି ପାଇଁ ଏଭଳି ହୋଇଛି । ଏହାସହ ତାଙ୍କର ଭୁଲ ରହିଥିବା ମଧ୍ୟ ସେ କହିଛନ୍ତି । ଟଙ୍କା ଫେରାଇ ଦେବାକୁ ସମସ୍ତିଙ୍କୁ ନିବେଦନ କରିଛନ୍ତି । ଯଦି ଟଙ୍କା ଫେରସ୍ତ ନକଲେ ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯିବ ପୋଲି କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ଗତକାଲି ପାଟଣାଗଡ଼ ତେଣ୍ଡାପଦରେ ଆକାଉଣ୍ଟରେ ଟଙ୍କା ନଥାଇ ମଧ୍ୟ ଖାତାଧାରୀମାନେ ଲକ୍ଷ ଲକ୍ଷ ଟଙ୍କା ଉଠାଇଥିଲେ । ସିଆଲବନ୍ଧ ଉକ୍ରଳ ଗ୍ରାମୀଣ ବ୍ୟାଙ୍କ କିଓ-ସ୍କୋରୁ ଟଙ୍କା ଉଠାଯାଇଥିବା ସୂଚନା ରହିଛି । ଖାତାଧାରୀ ଟଙ୍କା ଉଠାଇବା ପରେ ଆପେ ଆପେ ପୁଣିଥରେ ଟଙ୍କା ଜମା ହୋଇଯାଉଥିଲା । ଏନେଇ ଏକାଧିକ ଖାତାଧାରୀ ଖୁସିରେ ଲକ୍ଷ ଲକ୍ଷ ଟଙ୍କା ଉଠାଇଥିଲେ । ଗତକାଲି ସେକେଣ୍ଡ ସଟରଡ଼େ ହୋଇଥିବାରୁ ବ୍ୟାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନଥିଲା ।

Get real time updates directly on you device, subscribe now.