fbpx

୬୦ ମୃତ ବିଦେଶୀ ପକ୍ଷୀ ଜବତ, ୨ଶିକାରୀ ଗିରଫ

ଖୋର୍ଦ୍ଧା, ୧୫ା୧୨(ଓଡ଼ିଶା ଭାସ୍କର): ଶୀତଦିନେ ଚିଲିକାକୁ ପ୍ରାୟ ବିଦେଶୀ ପକ୍ଷୀ ଆସିଥାନ୍ତି । ଏନେଇ ପର୍ଯ୍ୟଟକମାନେ ଚିଲିକାକୁ ଏହି ସମୟରେ ବୁଲିବାକୁ ଆସିଥାନ୍ତି । କିନ୍ତୁ ଏହାରି ମଧ୍ୟରେ ଆଜି ୬୦ମୃତ ବିଦେଶୀ ପକ୍ଷୀ ଜବତ ହୋଇଥିବା ସୂଚନା ମିଳିଛି । ଚିଲିକାରେ ଚଢ଼ାଉ କରି ଏହାକୁ ଜବତ କରିଛି ବନ୍ୟପ୍ରାଣୀ ବିଭାଗ ।

ଏହାସହ ୨ଜଣ ଶିକାରୀ ମଧ୍ୟ ଗିରଫ ହୋଇଛନ୍ତି । ସେମାନଙ୍କ ସହ ବାରୁଦ ଓ ୫୦୦ରୁ ଉଦ୍ଧ୍ୱର୍ ଗୁଳି ମଧ୍ୟ ଜବତ ହୋଇଛି । ଗୋଟିଏ ଚୋରା ବନ୍ଧୁକ ସହ ଗୋଟିଏ ଡଙ୍ଗା ମଧ୍ୟ ଜବତ ହୋଇଛି । ବନ୍ୟପ୍ରାଣୀ ବିଭାଗ ଚଢ଼ାଉ କରିବା ସମୟରେ କର୍ମଚାରୀଙ୍କୁ ଆକ୍ରମଣ କରି ୫ଜଣ ଶିକାରୀ ଫେରାର ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.