fbpx

ସ୍ୱାମୀ କରଜ ଶୁଝି ନପାରିବାରୁ ସ୍ତ୍ରୀକୁ ଦୁଷ୍କର୍ମ କଲା ମହାଜନ, ଦୁଷ୍କର୍ମ ସମୟ ଭିଡିଓ କଲା ଭାଇରାଲ

ମହାରାଷ୍ଟ୍ର: ମହାଜନଙ୍କୁ କରଜ ଶୁଝି ନପାରିବାରୁ ମହିଳାଙ୍କୁ ଦୁଷ୍କର୍ମ । ସ୍ୱାମୀଙ୍କ ସମ୍ମୁଖରେ ମହିଳାଙ୍କୁ ଦୁଷ୍କର୍ମ କରିବା ସହ ଏହାର ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କଲା ମହାଜନ । ଏଭଳି ଏକ ଲଜ୍ୟା ଜନକ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ପୁନେରେ ।
ଅଭିଯୋଗ ଅନୁଯାୟୀ, ମହାରାଷ୍ଟ୍ରର ପୁନେରେ ୪୭ ବର୍ଷିୟ ଇମିତିଆଜ ହସିନ ଶେଖ୍ ନାମକ ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିକୁ ଟଙ୍କା ଋଣରେ ଦେଇଥିଲେ । ତେବେ ବ୍ୟକ୍ତି ଜଣକ ଠିକ ସମୟରେ କରଜ ଟଙ୍କା ଫେରାଇ ନପାରିବାରୁ ଇମିତିଆଜ ବ୍ୟକ୍ତି ଜଣଙ୍କୁ ଏବଂ ତାଙ୍କ ପତ୍ନିକୁ ହତ୍ୟା ଧମକ ଦେଇଥିଲା ।

ତେବେ ଘଟଣା ଦିନ ଇମିତିଆଜ କରଜ ନେଇଥିବା ବ୍ୟକ୍ତି ଏବଂ ତାଙ୍କ ପତ୍ନିକୁ ଏକ ନିକାଞ୍ଚନ ଜାଗାକୁ ଡାକିଥିଲା । ସେଠାରେ ଉଭୟଙ୍କୁ ଛୁରୀ ଦେଖାଇ ଭୟଭୀତ କରିଥିଲା । ଏହାପରେ ବ୍ୟକ୍ତି ଜଣଙ୍କ ସାମ୍ନାରେ ତାଙ୍କ ପତ୍ନିକୁ ଦୁଷ୍କର୍ମ କରିଥିଲା । ଏହାସହ ଦୁଷ୍କର୍ମ ସମୟର ଭିଡିଓ ରେକଡିଂ କରି ମୋବାଇଲରେ ରଖିଥିଲା ଏବଂ ଭିଡିଓକୁ ଭାଇରାଲ କରିଦେବାର ଧମକ ମଧ୍ୟ ଦେଇଥିଲା । ଏହାର କିଛି ଦିନ ପରେ ଇମିତିଆଜ ପୁଣି ଥରେ ମହିଳାଙ୍କୁ ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲା, କିନ୍ତୁ ମହିଳା ଜଣଙ୍କ ଏଥିରେ ରାଜି ନହେବାରୁ ଇମିତିଆଜ ଦୁଷ୍କର୍ମ ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିଦେଇଥିଲା ।

ପରେ ମହିଳା ଜଣଙ୍କ ଏହା ଜାଣିବା ପରେ ଗତ ୨୫ତାରିଖରେ ଥାନାରେ ଅଭିଯୋଗ କରିଥିଲେ । ତେବେ ପୋଲିସ ପିଡୀତାଙ୍କ ଅଭିଯୋଗ ଆଧାରରେ ଇମିତିଆଜକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

Get real time updates directly on you device, subscribe now.