fbpx

(video)ଟଙ୍କା ଚୋର ଅଜଗର; ଘରୁ ନେଇଯାଉଛି ଟଙ୍କା ବିଡା, ସୋସିଆଲ ମିଡିଆରେ ଭିଡିଓ ଜୋରଦାର ଭାଇରାଲ୍‌

Advertisement

ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ୍ ହେବାରେ ଲାଗିଛି ଯେଉଁଥିରେ ଦେଖିବାକୁ ମିଳୁଛି କି ଏକ ବିରାଟକାୟ ଅଜଗର ସାପ ପାଟିରେ ଟଙ୍କାର ବିଡା ଧରି ଏକ ଘରୁ ବାହାରି ଯାଉଛି । ଭିଡିଓଟି ଏବେ ଇଣ୍ଟରନେଟ୍‌ରେ ଜୋରଦାର ଭାଇରାଲ ହେବାରେ ଲାଗିଛି ।

ଇନଷ୍ଟାଗ୍ରାମରେ @lindaikejiblogofficial  ନାମକ ଜଣେ ୟୁଜର ଏହି ଭିଡିଓକୁ ପୋଷ୍ଟ କରିଛନ୍ତି । ସେ ଏହି ଭିଡିଓକୁ ନେଇ କ୍ୟାପସନରେ ସୂଚନା ମଧ୍ୟ ଦେଇଛନ୍ତି । ଏହି ଭିଡିଓଟି ଜିମ୍ବାୱେରେ ଉତ୍ତୋଳନ କରାଯାଇଛି ।

ସେ ଲେଖିଛନ୍ତି ଯେଉଁ ଘରେ ଅଜଗର ପ୍ରବେଶ କରିଥାଏ ସେହି ଘରକୁ ଜିରା ରେରେଟ୍‌ସୋ ନାମକ କପଡାରେ ସଜା ଯାଇଥାଏ । ଏହି କପଡା ଆଫ୍ରିକାର ପାରମ୍ପାରିକ ଧର୍ମରେ ଶିକାରୀ ଓ ପିତୃପୁରୁଷଙ୍କ ପୂଜା ସହ ଜଡିତ । କୁହାଯାଏ ଏଥିରେ ରହସ୍ୟମୟ ଗୁଣ ରହିଛି ଯାହା ଏହାର ମାଲିକଙ୍କ ରକ୍ଷା କରିବାରେ ସହାୟକ ହୋଇଥାଏ । ଗତକାଲି@lindaikejiblogofficial  ପକ୍ଷରୁ ଏହି ଭିଡିଓ ପୋଷ୍ଟ କରାଯାଇଥିବା ବେଳେ ଏ ପର୍ଯ୍ୟନ୍ତ ୧୬ ହଜାରରୁ ଅଧିକ ଲାଇକ୍ସ ମିଳି ସାରିଲାଣି ।

Get real time updates directly on you device, subscribe now.