fbpx

ପୁଣି ଥରିଲା ମିଆଁମାର : ୪.୩ ତୀବ୍ରତା, ଆଫଗାନିସ୍ଥାନରେ ବି ହୋଇଛି ଅନୁଭୁତ

Advertisement

ମିଆଁମାର : ପୁଣି ଥରେ ମିଆଁମାରରେ ଅନୁଭୁତ ହୋଇଛି ଭୂକମ୍ପ । ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ଅନୁସାରେ ଶନିବାର ଦିନ ସକାଳ ୪.୫୩ମିନିଟ ସମୟରେ ୪.୫ ତୀବ୍ରତାର ଭୂକମ୍ପ ଆସିଛି । କିନ୍ତୁ କୁହାଯାଉଛି ଯେ ଏହି ଭୂକମ୍ପରେ କାହାର କୌଣସି କ୍ଷତି ହୋଇ ନାହିଁ । ଏକ ସପ୍ତାହ ମଧ୍ୟରେ ମିଆଁମାରରେ ଦୁଇଥର ଭୂକମ୍ପ ହୋଇଥିବାର ରେକର୍ଡ କରାଯାଇଛି ।

ଖବର ମୁତାବକ ଏହି ଭୂକମ୍ପ କେବଳ ମିଆଁମାରରେ ନୁହେଁ ଆଫଗାନିସ୍ତାନରେ ବି ଅନୁଭୁତ ହୋଇଛି । କିନ୍ତୁ ଏହି ଭୂକମ୍ପରେ କାହାରିକୁ କିଛି କ୍ଷତି ହୋଇନାହିଁ । ଏହାର ଲମ୍ବା ୯୫.୩୬ ଏବଂ ଗଭୀରତା ୩୦ କି.ମି ପର୍ଯ୍ୟନ୍ତ ରହିଥିଲା । ଗତ ୫ ଦିନ ତଳେ ମିଆଁମାରରେ ୪.୩ ଭୂକମ୍ପ ଝଟକା ଲାଗିଥିଲା । ତା’ ପୂର୍ବରୁ ନେପାଳରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା ।

Get real time updates directly on you device, subscribe now.