fbpx

ଥାନା ଭିତରେ ମହିଳା IIC ଙ୍କୁ ବ୍ଲେଡରେ ଆକ୍ରମଣ କଲା ଅଭିଯୁକ୍ତ

ଓଡିଶା ଭାସ୍କର; ଥାନା ଭିତରେ ମହିଳା IICଙ୍କୁ ବ୍ଲେଡରେ ଆକ୍ରମଣ କଲା ଅଭିଯୁକ୍ତ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନାରେ । ଥାନାରେ ଅଟକ ଥିବା ଅଭିଯୁକ୍ତ ଚୋରର ଆକ୍ରମଣରେ ଆହତ ହୋଇଛନ୍ତି ଖୋଦ ଥାନାଧିକାରୀ । ମହିଳା ଥାନାଧିକାରୀଙ୍କ ବେକକୁ ବ୍ଲେଡରେ କାଟି ହତ୍ୟା ଉଦ୍ୟମ କରିଛି ଏହି ଅଟକ ଅଭିଯୁକ୍ତ।

ସୂଚନା ଅନୁଯାୟୀ, ଅଭିଯୁକ୍ତ ସୁଶାନ୍ତ ଦେଓ ବିଶୋଇ ଥାନା ନିକଟରେ ଥିବା ଏକ ଶିବମନ୍ଦିରର ପୂଜକ। ଉକ୍ତ ମନ୍ଦିରରୁ ଚୋରି ଅଭିଯୋଗ ଆସିଥିବାରୁ ପୂଜକ ସୁଶାନ୍ତ ଦେଓକୁ ଅଟକ ରଖିଥିଲା ବିଶୋଇ ଥାନା ପୋଲିସ । ଏହି ଚୋରି ଘଟଣା ସମ୍ପର୍କରେ ତାଙ୍କୁ ଥାନାଧିକାରୀ ମିନି ଭୋଇ ପଚରାଉଚରା ଜାରି ରଖିଥିବା ବେଳେ ସେ ଥାନାଧିକାରୀଙ୍କୁ ଆକ୍ରମଣ କରିଥିଲା । ଏକ ବ୍ଲେଡ ସାହାଯ୍ୟରେ ବିଶୋଇ ଥାନାଧିକାରୀ ମିନି ଭୋଇଙ୍କ ଉପରେ ଆକ୍ରମଣ କରି ତାଙ୍କୁ ଆହତ କରିଛି ଅଭିଯୁକ୍ତ ସୁଶାନ୍ତ ଦେଓ । ତେବେ ଏହି ଘଟଣା ବେଳର ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିବା ଦେଖିବାକୁ ମିଳିଛି । ଥାନାଧିକାରୀଙ୍କ ହାତ ଓ ବେକରେ ଆଘାତ ପହଞ୍ଚିଥିବା ଚିତ୍ର ମଧ୍ୟ ସାମ୍ନାକୁ ଆସିଛି । ପ୍ରାଥମିକ ଚିକିତ୍ସା ପରେ ଥାନାଧିକାରୀ ମିନି ଭୋଇ ସୁସ୍ଥ ଥିବା କଥା ନିଜେ ନିଜର ପ୍ରତିକ୍ରିୟାରେ କହିଛନ୍ତି । ତେବେ ଏ ନେଇ ଅଭିଯୁକ୍ତ ସୁଶାନ୍ତ ଦେଓ ବିରୁଦ୍ଧରେ ଆଉ ଏକ ମାମଲା ରୁଜୁ କରିଛି ବିଶୋଇ ଥାନା ପୋଲିସ ।

Get real time updates directly on you device, subscribe now.