fbpx

ଡଲାର ତୁଳନାରେ ଦୁର୍ବଳ ହେବାରେ ଲାଗିଛି ଟଙ୍କା: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ୍ କଲେ ରାହୁଲ ଗାନ୍ଧୀ

AAKASH

ନୂଆଦିଲ୍ଲୀ: ଡଲାର ତୁଳନାରେ ନିରନ୍ତର ଦୁର୍ବଳ ହେବାରେ ଲାଗିଛି ଟଙ୍କା । ଖୁବ୍ ଶିଘ୍ର ଏହା ଡଲାର ତୁଳନାରେ ଐତିହାସିକ ସର୍ବନିମ୍ନ ସ୍ତରକୁ ଛୁଇଁପାରେ । ଏହାକୁ ନେଇ କଂଗ୍ରେସ ପାର୍ଟି ସରକାରଙ୍କୁ ଲଗାତାର ଆକ୍ରମଣ କରିବାରେ ଲାଗିଛି । ରାହୁଲ ଗାନ୍ଧିଙ୍କ ସମେତ କଂଗ୍ରେସର ଅନେକ ନେତା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ୍ କରିବାରେ ଲାଗିଛନ୍ତି ।

ଏହାରି ମଧ୍ୟରେ କିଛି ନେତା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଶ ପଇଁ ବିପଦ ବୋଲି କହିଛନ୍ତି । ସେହିପରି ଆଉ କିଛି ପ୍ରଧାନମନ୍ତ୍ରୀଙ୍କ ପୁରୁଣା ଭାଷଣକୁ ମନେ ପକାଇ ଦେଇଛନ୍ତି ଯେତେବେଳେ ଟଙ୍କାର ହ୍ରାସ ପାଉଥିବା ମୂଲ୍ୟକୁ ନେଇ ସେ ସମୟରେ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ କ୍ରମାଗତ ଭାବେ କଟାକ୍ଷ କରୁଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ଟୁଇଟ୍ କରିଛନ୍ତି। ଏହି ଟୁଇଟରେ ରାହୁଲ ପିଏମ ମୋଦୀଙ୍କ ପୁରୁଣା ଭାଷଣକୁ ମନେ ପକାଇ ଦେଇଛନ୍ତି। ରାହୁଲ ଲେଖିଛନ୍ତି ଯେ ଦେଶ ନିରାଶାର ଗାତ ଭିତରେ ବୁଡି ରହିଛି, ଏଗୁଡ଼ିକ ଆପଣଙ୍କ କଥା, କି ନୁହଁ ପ୍ରଧାନମନ୍ତ୍ରୀ? ବୋଲି ସେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି । ଏହା ସହିତ ସେ କହିଛନ୍ତି ‘ସେହି ସମୟରେ ଆପଣ ଯେତେ ଅଧିକ ଶବ୍ଦ କରୁଥିଲ, ତୁମେ ଆଜି ଟଙ୍କାର ମୂଲ୍ୟରେ ଦୃତ ହ୍ରାସ ଦେଖି ସେତିକି ନୀରବ ରହିଛ ।’

ସେହିପରି କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ୍ ମଧ୍ୟ ଶୁକ୍ରବାର ଦିନ କହିଛନ୍ତି ଯେ, ୟୁପିଏ ସରକାର ଚାରି ମାସ ମଧ୍ୟରେ ଆମେରିକୀୟ ଡଲାର ତୁଳନାରେ ୬୯ ରୁ ୫୮ ଟଙ୍କାକୁ ଭାରତ୍ୟୀ ମୁଦ୍ରାର ମୂଲ୍ୟକୁ ଫେରଇ ଆଣିଥିଲେ। ଏହା ସହିତ ସେ କହିଛନ୍ତି ଯେ ଜିଡିପି ଅଭିବୃଦ୍ଧି ହାର ୨୦୧୨-୧୩ ରେ ୫.୧% ରୁ ୨୦୧୩-୧୪ ରେ ୬.୯% କୁ ବୃଦ୍ଧି କରିଥିଲେ ୟୁପିଏ ସରକାର। ଯାହା ବର୍ତ୍ତମାନ ଅସ୍ତିର ରହିଛି ।

Get real time updates directly on you device, subscribe now.