fbpx

ବିଶ୍ୱ ପାଇଁ ବିପଦ ପାଲଟିଛି ମଙ୍କିପକ୍ସ, ୫୦ ହଜାର ଟପିଲା ଆକ୍ରାନ୍ତ ସଂଖ୍ୟା

କ୍ଷୀପ୍ର ବୃଦ୍ଧି ପାଉଛି ସଂକ୍ରମଣ

ନୂଆଦିଲ୍ଲୀ: ମଙ୍କିପକ୍ସ ବିଶ୍ୱ ପାଇଁ ବିପଦ ପାଲଟିଛି । ଏହାର ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ବର୍ତ୍ତମାନ ଏହି ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାରରେ ପହଞ୍ଚିଛି । ଆଜି ପର୍ଯ୍ୟନ୍ତ ଏହା ସର୍ବାଧିକ ମାମଲା ଥିବା ଜଣାଯାଇଛି । ବୁଧବାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାର ସଂଖ୍ୟା ପ୍ରକାଶ କରିଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁଯାୟୀ, ସାରା ବିଶ୍ୱରେ ମଙ୍କିପକ୍ସ ୫୦,୪୯୬ ମାମଲା ସାମ୍ନାକୁ ଆସିଛି । ଏଥିସହିତ ଏପର୍ଯ୍ୟନ୍ତ ଏହି ରୋଗରେ ୧୬ ଜଣ ବ୍ୟକ୍ତି ପ୍ରାଣ ହରାଇ ସାରିଲେଣି । ଜୁଲାଇରେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍କିପକ୍ସ ବିସ୍ତାରକୁ ବୈଶ୍ୱିକ ସାର୍ବଜନିକ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲା । ଡବ୍ଲୁଏଚ୍‌ଓ ମୁଖ୍ୟ ଟେଡ୍ରୋସ୍‌ ଆଡାନୋମ୍‌ ଗେବ୍ରେଏସ୍‌ଙ୍କ ଅନୁଯାୟୀ, ମଙ୍କିପକ୍ସର ନୂତନ ମାମଲାଗୁଡ଼ିକର ହ୍ରାସ ପ୍ରମାଣିତ କରିଛି ଯେ ଏହି ରୋଗ ରୋକାଯାଇପାରିବ । ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ ମଙ୍କି କ୍ସର ଅଧିକାଂଶ ମାମଲା ଆମେରିକା ଏବଂ ୟୁରୋପରେ ଦେଖାଯାଉଛି ।

ଆମେରିକା ଏବଂ ୟୁରୋପ ମଙ୍କିପକ୍ସର ଗଡ଼ରେ ପରିଣତ ହୋଇଛି । ତେବେ ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ କାନାଡାରେ ମଙ୍କି କ୍ସ ମାମଲାରେ କ୍ରମାଗତ ହ୍ରାସ ଘଟିଛି । ଏହା ଏକ ଭଲ ଖବର । ମେ ମାସରେ ଆଫ୍ରିକୀୟ ଦେଶମାନଙ୍କରେ ମଙ୍କି କ୍ସ ଚିହ୍ନଟ ହୋଇଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) ଗୁରୁବାର ଦିନ ପ୍ରକାଶିତ ରିପୋର୍ଟ ଅନୁଯାୟୀ ସୂଚନା ଦେଇଛି କି ଗତ ସପ୍ତାହରେ ସାରା ବିଶ୍ୱରେ ମଙ୍କିକ୍ସ ରୋଗରେ ୨୧ ପ୍ରତିଶତ ହ୍ରାସ ଘଟିଛି ।

ଡବ୍ଲୁଏଚ୍‌ଓ ଅନୁଯାୟୀ, ଗତ ସପ୍ତାହରେ ୫୯୦୭ ଟି ମଙ୍କି କ୍ସର ମାମଲା ଦେଖିବାକୁ ମିଳିଛି । ଏହାର ପ୍ରଥମ ମାମଲା ଦୁଇ ଦେଶ ଇରାନ ଏବଂ ଇଣ୍ଡୋନେସିଆରେ ଦେଖିବାକୁ ମିଳିଥିଲା । ଏପ୍ରିଲ୍‌ ଶେଷ ପରଠାରୁ ୯୮ ଟି ଦେଶରେ ୪୫,୦୦୦ ରୁ ଅଧିକ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି ।

Get real time updates directly on you device, subscribe now.