fbpx

ସ୍କୁଲରେ ପିଲାଙ୍କ ସହିତ ବସି ପାଠ ପଢ଼ୁଛି ମାଙ୍କଡ଼, ଜାଣନ୍ତୁ କେଉଁଠି

ଦେଶର ସମସ୍ତ ନାଗରିକଙ୍କୁ ଶିକ୍ଷିତ କରିବା ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି । ସରକାରଙ୍କର ଏହି ଯୋଜନାରେ ପଶୁପକ୍ଷୀମାନେ ମଧ୍ୟ ସାମିଲ ହେଉଛନ୍ତି । ଆନ୍ଧ୍ରପ୍ରଦେଶର ଏକ ସରକାରୀ ସ୍କୁଲରେ ଏପରି ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି । ସ୍କୁଲ ପିଲାଙ୍କ ସହିତ ମାଙ୍କଡ଼ଟିଏ ପାଠ ପଢ଼ୁଥିବାର ଦେଖିବାକୁ ମିଳିଛି ।

ଆନ୍ଧ୍ରପ୍ରଦେଶର ବେଙ୍ଗାଲମପଲ୍ଲୀ ନାମକ ଏକ ଗାଁରେ ମାଙ୍କଡ଼ଟି କିଛିଦିନ ଧରି ପିଲାଙ୍କ ସହିତ ନିୟମିତ ପାଠ ପଢ଼ୁଛି । ପିଲାମାନଙ୍କର କ୍ଲାସ ଆରମ୍ଭ ହେବା ସମୟରେ ମାଙ୍କଡ଼ କ୍ଲାସକୁ ପ୍ରବେଶ କରେ । ଶିକ୍ଷକଙ୍କ ପାଠ ମନଦେଇ ଶୁଣିବା ସହିତ କ୍ଲାସ ସରିବା ପରେ ପିଲାଙ୍କ ସହିତ ବାହାରକୁ ଯାଉଥିବାର ଦେଖାଯାଉଛି । ଶିକ୍ଷକ ଓ ଛାତ୍ରମାନେ ଏହି ମାଙ୍କଡ଼କୁ ଲକ୍ଷ୍ମୀ ବୋଲି ଡାକୁଛନ୍ତି । ସମସ୍ତଙ୍କ ପରି ଲକ୍ଷ୍ମୀ ମଧ୍ୟ ବିଦ୍ୟାଳୟର ନିୟମ କାନୁନକୁ ମାନିଥାଏ । ଲକ୍ଷ୍ମୀ ସକାଳୁ ପିଲାଙ୍କ ସହିତ ପ୍ରାର୍ଥନା କରିବା ସହିତ ଦ୍ୱିପ୍ରହରରେ ମଧ୍ୟାହ୍ନ ଭୋଜନ କରିଥାଏ । ପିଲାମାନେ ଲକ୍ଷ୍ମୀ ସହିତ ସାଙ୍ଗ ପରି ଖେଳୁଥିବାର ଦେଖାଯାଉଛି । ଲକ୍ଷ୍ମୀ ପାଠ ପଢ଼ିବାକୁ ଆସିବା ଦିନଠାରୁ ପିଲାମାନଙ୍କ ମଧ୍ୟରେ ପାଠ ପଢ଼ିବା ପାଇଁ ଉତ୍ସାହ ବଢ଼ୁଥିବା ଦେଖାଯାଉଛି । ତେଣୁ ଏହି ପରିବେଶରେ ପାଠ ପଢ଼ାଇ ଆତ୍ମସନ୍ତୋଷ ମିଳୁଥିବା ଶିକ୍ଷକମାନେ କୁହନ୍ତି ।

Get real time updates directly on you device, subscribe now.