fbpx

କରୋନା ପରି ଡ଼ରାଇବାକୁ ଲାଗିଲାଣି ମଙ୍କିପକ୍ସ! ବର୍ତ୍ତମାନ ସୁଦ୍ଧା ୧୦୦ ମୃତ୍ୟୁ, ଆଫ୍ରିକା ବାହାରେ ମଧ୍ୟ ରୋଗୀ ଚିହ୍ନଟ

କରୋନାଙ୍କ ଭୟରୁ ଦୁନିଆ ଏପର୍ଯ୍ୟନ୍ତ ବାହାରିନଥିବା ବେଳେ ବର୍ତ୍ତମାନ ମଙ୍କିପକ୍ସ (Mpox health emergency) ର ଆଶଙ୍କା ସାମ୍ନାକୁ ଆସିଛି। ଏହା କରୋନା ପରି ଡ଼ରାଇବାକୁ ଲାଗିଲାଣି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏହାକୁ ୱାର୍ଲଡ ହେଲ୍ ଥ ଏମର୍ଜେନ୍ ସୀ ଘୋଷଣା କରିଛି । କିନ୍ତୁ କିଛି ଘଣ୍ଟା ପରେ ଏହା ଜଣାପଡିଥିଲା ​​ଯେ ଏହି ରୋଗ ଆଫ୍ରିକା ବାହାରେ ବ୍ୟାପିଛି। ଏହାର ପ୍ରଥମ ରୋଗୀ ସ୍ୱିଡେନରେ ଦେଖିବାକୁ ମିଳିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଆଫ୍ରିକୀୟ ଦେଶରୁ 100 ରୁ ଅଧିକ ଲୋକ ଏହି ରୋଗ ହେତୁ ମୃତ୍ୟୁ ବରଣ କରିଛନ୍ତି।

ବର୍ତ୍ତମାନ ମଙ୍କିପକ୍ସ ସଂକ୍ରମଣକୁ ନିୟନ୍ତ୍ରଣ କରିବା ସହ ଲୋକଙ୍କ ଜୀବନ ରକ୍ଷା ଉପରେ ଗୁରୁତ୍ବ ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ।ଚଳିତ ବର୍ଷ ବିଶ୍ବରେ ୧୭ ହଜାର ରୁ ଅଧିକ ଏମପକ୍ସ ମାମଲା ଠାବ ହୋଇଛି। ୫୧୭ ଜଣ ପ୍ରାଣ ହରାଇଛନ୍ତି। ଗତ ବର୍ଷ ଠାରୁ ଏହା ୧୬ ପ୍ରତିଶତ ଅଧିକ। ୨୦୨୨ରେ ସାମାନ୍ୟ ଭାବେ କ୍ଲେଡ 2 ଭାଇରସ ଆଫ୍ରିକା ସହ ୟୁରୋପ ଓ ଏସିଆର ପ୍ରାୟ ଶହେ ଦେଶରେ ବ୍ୟାପୀ ଥିଲା । ୧୯୫୮ରେ ପ୍ରଥମ ଥର ପାଇଁ ଏମପକ୍ସ ଭାଇରସ ଚିହ୍ନଟ ହୋଇଥିଲା। ପ୍ରଥମେ ଏହା ମାଙ୍କଡ଼ଙ୍କ ଶରୀରରେ ଦେଖାଯାଇଥିଲା। ପରେ ମଧ୍ୟ ଓ ପଶ୍ଚିମ ଆଫ୍ରିକାରେ ମଣିଷଙ୍କ ଠାରେ ଠାବ ହୋଇଥିଲା।

ମଙ୍କିପକ୍ସ ଏକ ଭାଇରସ ଯାହା ମାଙ୍କଡମାନଙ୍କଠାରୁ ମଣିଷଙ୍କୁ ବ୍ୟାପିଥିଲା। ଏହି ଭାଇରସର ଟ୍ରାନ୍ସମିଶନ ଜଣେ ଅନ୍ୟଜଣେ ମଣିଷଙ୍କୁ ହେଉଛି। ଏହା ବିନା ପ୍ରୋଟେକ୍ସନରେ ଶାରୀରିକ ସମ୍ବନ୍ଧ ରଖିବା ଦ୍ୱାରା ଜଣେ ଅନ୍ୟଜଣଙ୍କୁ ବ୍ୟାପିଥାଏ। ଏଥିରେ ସଂକ୍ରମିତ ହେଲେ ଜ୍ୱର ଆସିଥାଏ ଏବଂ ଦେହରେ ଫଳିଯାଇଥାଏ। ଏହା ସମଲିଙ୍ଗୀ ପୁରୁଷଙ୍କ ମଧ୍ୟରେ ଅଧିକ ଦେଖାଯାଇଥାଏ। ଏହି ଭାଇରସର ଆରମ୍ଭ ସର୍ବପ୍ରଥମେ ଆଫ୍ରିକାରେ ହୋଇଥିଲା।

ମହାମାରୀ ବିଶେଷଜ୍ଞ ଡା.କିଶୋର କହିଛନ୍ତି ଯେ, ମଙ୍କିପକ୍ସ ଭାଇରସ ପୁଣି ସକ୍ରିୟ ହୋଇଛି। ଏଥିରୁ ସତର୍କ ରହିବା ଆବଶ୍ୟକ ଅଟେ। ଏହି ଭାଇରସ ମଧ୍ୟ ଜଣଙ୍କଠାରୁ ଅନ୍ୟଜଣେ ବ୍ୟକ୍ତିଙ୍କୁ ସଂକ୍ରମିତ ହୋଇଥାଏ। ଏହି ସଂକ୍ରମଣ କୋଭିଡ ପରି ନୁହେଁ। ହେଲେ ଏଥିପ୍ରତି ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ଏହା ଏଥିପାଇଁ କାରଣ କିଛି ବର୍ଷ ପୂର୍ବରୁ ମଧ୍ୟ ଏହି ଭାଇରସ ସଂକ୍ରମିତ ହୋଇଥିଲା। ଏହା ଦ୍ୱିତୀୟ ଥର ମଧ୍ୟ ସଂକ୍ରମିତ ହୋଇପାରେ।

Get real time updates directly on you device, subscribe now.