fbpx

କରୋନା ପରେ ଆତଙ୍କ ସୃଷ୍ଟି କରୁଛି ମଙ୍କିପକ୍ସ! ଛୋଟପିଲାଙ୍କୁ ନେଇ ICMR ଚେତାବନୀ

ନୂଆଦିଲ୍ଲୀ: କରୋନା ପରେ ଦୁନିଆରେ ଏବେ ମଙ୍କିପକ୍ସ ଭାଇରସର ଆତଙ୍କ ବଢ଼ିବାକୁ ମିଳିଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବା ଡବ୍ଲୁଏଚଓର କହିବା ମୁତାବକ, ମଙ୍କିପକ୍ସ ଭାଇରସ ୨୧ରୁ ଅଧିକ ଦେଶରେ ବ୍ୟାପିଛି । ବର୍ତ୍ତମାନ ସୁଦ୍ଧା ୨୦୦ରୁ ଅଧିକ ମାମଲା ଚିହ୍ନଟ ହୋଇଛି । ଏବେ ଏହାକୁ ନେଇ ଭାରତରେ ବି ଇଣ୍ଡିଆନ୍ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ ବା ଆଇସିଏମଆର ଚେତାବନୀ ଜାରି କରିଛି ।

ଆଇସିଏମଆର କହିବା ମୁତାବକ, ‘ଛୋଟ ପିଲାମାନଙ୍କଠାରେ ଏହି ରୋଗର ବିପଦ ଅଧିକ ରହିଛି । ଯାହାଫଳରେ ଏହାର ଲକ୍ଷଣଗୁଡ଼ିକ ଉପରେ ନଜର ରଖିବାକୁ ପଡିବ । ବର୍ତ୍ତମାନ ଭାରତରେ ମଙ୍କିପକ୍ସର ଗୋଟିଏ ବି ମାମଲା ଚିହ୍ନଟ ହୋଇନି, କିନ୍ତୁ ସରକାର ଏହି ସଂକ୍ରମଣକୁ ନେଇ ସଜାଗ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ୨୧ ଦେଶରେ ମଙ୍କିପକ୍ସର ୨୨୬ ମାମଲା ଚିହ୍ନଟ ହୋଇଛି ।

ମାଙ୍କଡପକ୍ସ ସଂକ୍ରମଣକୁ ଦୃଷ୍ଟିରେ ରଖି ସଂକ୍ରମିତ ଦେଶରୁ ଆସିଥିବା ସନ୍ଦିଗ୍ଧଙ୍କ ଉପରେ ନଜର ରଖିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସମସ୍ତ ରାଜ୍ୟକୁ ପରାମର୍ଶ ଦେଇଛି । ମେଡିକାଲରେ ଏଭଳି ଲକ୍ଷଣ ଥିବା ରୋଗୀଙ୍କୁ କ୍ୱାରେଣ୍ଟାଇନରେ ରଖିବାକୁ କୁହାଯାଇଛି । ସୂଚନାନୁସାରେ, ଏପର୍ଯ୍ୟନ୍ତ ମଙ୍କିପକ୍ସ ଲକ୍ଷଣ ଥିବା କେବଳ ଜଣେ ବ୍ୟକ୍ତିଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି, ଯେ କି କାନାଡା ଯାତ୍ରା କରିଥିଲେ ।

Get real time updates directly on you device, subscribe now.