fbpx

ମାଙ୍କଡ଼ର ଅଜବ ଡିଲ୍ : ଫଳ ପାଇଁ ମୋବାଇଲ ରଖିଲା ବନ୍ଧକ, ଦେଖନ୍ତୁ ଭିଡିଓ

Advertisement

ଓଡ଼ିଶା ଭାଷ୍କର : ମାଙ୍କଡ଼ମାନେ ବହୁତ ଦୁଷ୍ଟ ହୋଇଥାନ୍ତି । ପ୍ରାୟତଃ ପର୍ଯ୍ୟଟନ ସ୍ଥଳରେ ଥିବା ମାଙ୍କଡ଼ମାନେ ଅଜଣା ଲୋକଙ୍କ ଠାରୁ ଜିନିଷ ଛଡ଼ାଇ ବହୁତ ହଇରାଣ କରିଥିବାର ଦେଖିଥିବେ । ସୋସିଆଲ ମିଡିଆରେ ଏପରି ଅନେକ ଭିଡିଓ ଦେଖିଥିବେ, ଯେଉଁଥିରେ କି ମାଙ୍କଡ଼ମାନେ ବହୁ ମୂଲ୍ୟ ଜିନିଷ ଲୋକଙ୍କ ଠାରୁ ଟାଣି ନେଇ ଯାଆନ୍ତି, ସେମାନଙ୍କୁ ମନେଇବା ପାଇଁ ଲୋକେ ଅନେକ କିଛି କରନ୍ତି । ଠିକ ଏହି ପରି ଏକ ମଜାଳିଆ ଖବର ସାମ୍ନାକୁ ଆସିଛି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛୁ ଯେ, ବାଲୀର ଏକ ମାଙ୍କଡ କିଛି ନୂଆ ଉପାୟ ଆପଣାଇଛି । ଭିଡିଓ ଦେଖି ଜଣାପଡୁଛି ଯେ, ମାଙ୍କଡ଼ଟି ପର୍ଯ୍ୟଟକଙ୍କ ସହ କିଛି ନିଆରା ଢଙ୍ଗରେ ଡିଲ କରୁଛି । ଆପଣ ଭିଡିଓରେ ଦେଖି ପାରିବେ ଯେ, କିପରି ଗୋଟେ ମାଙ୍କଡ଼ ଜଣେ ମହିଳା ଠାରୁ ମୋବାଇଲ ଛଡାଇ ନେଉଛି । ଆଉ ମୋବାଇଲ ବଦଳରେ ସେ ମହିଳାଙ୍କ ଠାରୁ ପେଟ ପୁରା ଖାଇବା ମାଗୁଛି ।

ବାଲୀଟପ ହୋଲିଡେ ନାମକ ଏକ ଇଣ୍ଡୋନେସିଆ ଟ୍ରଅଭେଲ ଏଜେନ୍ସି ନିଜର ଇନଷ୍ଟାଗ୍ରାମ ପେଜରେ ଏହି ଭିଡିଓଟି ସେୟାର କରିଛନ୍ତି । ଏହି ଭିଡିଓରେ ଏକ ମାଙ୍କଡ଼ ପର୍ଯ୍ୟଟକଙ୍କ ସହିତ ଜିନିଷ ଅଦଳବଦଳ କରୁଥିବାର ଦେଖିବାକୁ ମିଳୁଛି । ମାଙ୍କଡଟି ମହିଳାର ଫୋନକୁ ପ୍ରଥମେ ଛଡାଇ ନେଇଥିଲା, ପରେ ମୋବାଇଲଟି ଫେରି ପାଇବାକୁ ମହିଳା ଜଣଙ୍କ ମାଙ୍କଡ଼କୁ ପ୍ରଥମେ ଫଳ ଖାଇବା ପାଇଁ ଦେଇଥିଲେ, ମାଙ୍କଡ଼ଟି ନମାନିବାରୁ ପୁଣି ଏକ ଫଳ ଦେଲା । ଏହା ପରେ ମାଙ୍କଡ଼ ହାତରୁ ମୋବାଇଲଟି ତଳେ ପଡିଯାଇଥିଲା, ମହିଳା ଜଣଙ୍କ ସାଙ୍ଗେ ସାଙ୍ଗେ ଫୋନକୁ ଉଠାଇ ଆଣିଥିଲେ । ଏହାର ପୁରା ଭିଡିଓ ଏବେ ସୋସିଆଲ ମିଡିଆରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.