fbpx
BSKY
BJD SHG SKY
BJD YOUTH SKY

ଦିଲ୍ଲୀରେ ରଙ୍ଗ ବଦଳାଇଲା ପାଣିପାଗ: ହେଲା ବର୍ଷାରାଣୀର ଆଗମନ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବଦଳିଛି ପାଣିପାଗ । ଆଜି ସନ୍ଧ୍ୟା ହେବା କ୍ଷଣି ଦିଲ୍ଲୀ ଆକାଶରେ ଘୋଟି ଯାଇଥିଲା କଳା ବାଦଲ । ବହୁ ଦିନରୁ ଅପେକ୍ଷା ରହିଥିବା ସେହି ମେସୁମୀର ବର୍ଷାରେ ଓଦା ହୋଇଛି ରାଜଧାନୀର ମାଟି । ଅସହ୍ୟ ଗରମରେ ସିଜୁଥିବା ଦିଲ୍ଲୀବାସୀଙ୍କୁ ଆଜିର ଏହି ବର୍ଷା ସାମାନ୍ୟ ମୁକ୍ତି ଦେଇଛି । ଥଣ୍ଡା ପବନ ସହିତ ବର୍ଷାରାଣୀର ଆଗମନରେ ରାଜଧାନୀବାସୀ ଖୁବ ଖୁସି ହୋଇଯାଇଛନ୍ତି । ଏହାସହିତ ରାଜ୍ୟର ତାପମାତ୍ରା ମଧ୍ୟ ହ୍ରାସ ପାଇତିବା ରେକର୍ଡ କରାଯାଇଛି ।

ସୂଚନା ମୁତାବକ, ଦିଲଶାଦ ଗାର୍ଡେନ, ଦିଲଶାଦ କଲୋନୀ ଏବଂ ଗାଜିଆବାଦର ଶାଲୀମାର ଗାର୍ଡେନ ସମେତ ଦିଲ୍ଲୀ-ଏନସିଆର ଆଦି ଅଞ୍ଚଳରେ ମାନଙ୍କରେ ବର୍ଷା ହୋଇଛି । ଦିଲ୍ଲୀ, ଗାଜିଆବାଦ, ନୋଏଡା ଏବଂ ଗୁରୁଗ୍ରାମରେ ଆସନ୍ତା ୨ ଦିନରେ ଆଂଶିକ ରୂପରେ କଳା ବାଦଲ ଦେଖିବାକୁ ମିଳିବ । ଏହା ସହିତ ଘଡଘଡି ସହିତ ହାଲକା ବର୍ଷା ହେବା ନେଇ ମଧ୍ୟ ସୂଚନା ଦେଇଥିଲା ଭାରତୀୟ ପାଣିପାଗ ବିଭାଗ । ସେହିପରି ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଲୁ ଜାରି ରହିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ଆଜିର ଏହି ବର୍ଷା ଦିଲ୍ଲୀରେ ଜାରି ରହିଥିବା ହିଟୱେଭରୁ ସାମାନ୍ୟ ଆଶ୍ୱସ୍ତି ଦେବ ବୋଲି ଆଶା କରାଯାଉଛି ।

ଆଜି କେରଳରେ ମୌସୁମୀ ବାୟୁ ପହଞ୍ଚିଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ଏବେ ଦିଲ୍ଲୀରେ ପ୍ରବଳ ଗରମ ହେଉଥିବା ବେଳେ ଆଗାମୀ ଦିନରେ ବର୍ଷା ହେବା ନେଇ ଆକଳନ କରାଯାଇଛି । ଗତକାଲି ଶନିବାର ରାଜ୍ୟର ସର୍ବାଧିକ ତାପମାତ୍ରା ୪୦.୨ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ସର୍ବନିମ୍ନ ତାପମାତ୍ରା ୨୩.୯ଡିଗ୍ରୀ ରେକର୍ଡ ହୋଇଛି ।

Get real time updates directly on you device, subscribe now.