fbpx
BSKY SKY
BSKY SKY

ଦେଶର ୮୦ ପ୍ରତିଶତ ଭାଗ ଛୁଇଁଲା ମୌସୁମୀ, ଚଳିତ ବର୍ଷ ସୃଷ୍ଟି କରିବ ଦୁଇଟି ଭିନ୍ନ ରେକର୍ଡ

BSKY

ନୂଆଦିଲ୍ଲୀ: ଦେଶର ୮୦ ପ୍ରତିଶତ ଭାଗରେ ମୌସୁମୀ ପହଁଚି ସାରିଛି । ଭାରତର ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରଗତି ଉପରେ ଭାରତ ମୌସୁମୀ ବିଜ୍ଞାନ ବିଭାଗର ବରିଷ୍ଠ ବୈଜ୍ଞାନିକ ଡା. ନରେଶ କୁମାର କହିଛନ୍ତି ଯେ, ଚଳିତ ବର୍ଷ ମୌସୁମୀ ବର୍ତ୍ତମାନ ପର୍ଯ୍ୟନ୍ତ ୮୦ ପ୍ରତିଶତ ଭାଗ ପହଁଚି ସାରିଛି । ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣି ଝଡ଼ କାରଣରୁ ଦେଶରେ ବିଭିନ୍ନ ଭାଗରେ ମୌସୁମୀ ନିର୍ଦ୍ଧାରିତ ସମୟ ପୂର୍ବରୁ ଖୁବ ଶିଘ୍ର ପହଁଚିଛି ।

ଗତକାଲି ଅର୍ଥାତ ୨୫ ଜୁନରେ ଦିଲ୍ଲୀ ଏବଂ ମୁମ୍ବାଇରେ ଗୋଟିଏ ଦିନରେ ମୌସୁମୀର ଆଗମନ ହୋଇଛି । ଡା. କୁମାର କହିଛନ୍ତି ଯେ, ଏପରି ୬୨ ବର୍ଷ ପରେ ହୋଇଛି । ସେ ଏହାକୁ ଏକ ରେକର୍ଡ ବୋଲି ସୂଚୀତ କରିଛନ୍ତି । ଏହାକୁ ଜଳବାୟୁ ପରିବର୍ତ୍ତନ ସହ ତୁଳନା କରି ଦେଖିବାକୁ ମନା କରିଦେଇଛନ୍ତି ।

ସେ କହିଛନ୍ତି ଯେ, ମୌସୁମୀ ମୁମ୍ବାଇରେ ପହଁଚିବାର ସାମାନ୍ୟ ତାରିଖ ୧୧ ଜୁନ ଏବଂ ଦିଲ୍ଲୀରେ ମୌସୁମୀ ଆଗମନର ନିର୍ଦ୍ଧାରିତ ତାରିଖ ୨୭ ଜୁନ । ହେଲେ ଏହି ଦୁଇ ମେଟ୍ରୋ ସହରରେ ଗୋଟିଏ ଦିନରେ ମୌସୁମୀ ପହଁଚିଗଲା । ଏକ ସାକ୍ଷାତକାରରେ ଡା. ନରେଶ କୁମାର କହିଛନ୍ତି ଯେ, ଏହାକୁ ସିଧାସଳଖ ଜଳବାୟୁ ପରିବର୍ତ୍ତନରେ ତୁଳନା କରାଯାଇପାରିବ ନାହିଁ । କାରଣ ଏହାକୁ ନିର୍ଦ୍ଧାରିତ କରିବା ଲାଗି ୩୦ ରୁ ୪୦ ବର୍ଷର ଡାଟାର ଆବଶ୍ୟକତା ହେବ । ଏଥର ଅଚାନକ ସୃଷ୍ଟି ହୋଇଥିବା ଭୌଗୋଳିକ ପରିସ୍ଥିତି କାରଣ ଏପରି ହୋଇଛି ଯେ, ଦୁଇ ସହରରେ ଗୋଟିଏ ଦିନ ମୌସୁମୀ ପହଁଚିଛି ।

ତାଙ୍କ କହିବା ଅନ୍ୟୁାୟୀ, ଚଳିତ ବର୍ଷ ମୌସୁମୀ ନୂଆ ପ୍ୟାଟର୍ଣ୍ଣ ଦେଖାଇଛି ଏବଂ ଦେଶର ଭିନ୍ନ-ଭିନ୍ନ ଭାଗରେ ବହୁତ ଶୀଘ୍ର ପହଁଚିଛି । ଆସାମ ରାଜ୍ୟରେ ଆକାଶରେ ମେଘ ବାଦଲ ଘୋଡେଇ ରଖିଛି ହେଲେ, ବର୍ଷା ହେବାର ଆଶଙ୍କା ନାହିଁ । ସେ କହିଛନ୍ତି ଯେ, ରୁଦ୍ରପ୍ରୟାଗ ଏବଂ ଉତ୍ତରାଖଣ୍ଡର ବିଭିନ୍ନ ଅଞ୍ଚଳରେ ୧୨ ସେମି ଯାଏଁ ବର୍ଷାର ସୂଚନା ମିଳିଛି ।

Get real time updates directly on you device, subscribe now.