fbpx
BSKY
BJD MC SKY
BJD YOUTH SKY

ଝିଅଟିର ମାସକୁ କୋଟିଏ ଟଙ୍କା ହେଉଛି ରୋଜଗାର: ମାତ୍ର ୧୧ ବର୍ଷ ବୟସରେ ହେବେ ‘ରିଟାୟର’

ନୂଆଦିଲ୍ଲୀ: ଆଜିକାଲିର ଚାଲେଞ୍ଜିଙ୍ଗ ଦୁନିଆରେ ଟଙ୍କା ରୋଜଗାର କରିବା ସମସ୍ତଙ୍କ ପାଇଁ ଜରୁରୀ ହୋଇପଡିଛି । ତେବେ ୧ କୋଟି ଟଙ୍କା ରୋଜଗାର କରିବା ପାଇଁ ପ୍ରାୟତଃ ଲୋକଙ୍କୁ ମାସ ମାସ କି ବର୍ଷ ବର୍ଷ ସମୟ ଲାଗିଯାଉଛି । କିନ୍ତୁ ଆପଣଙ୍କୁ ଯଦି କୁହାଯାଏ ଯେ, ଜଣେ ୧୧ ବର୍ଷୀୟ ଝିଅର ମାସିକ ଦରମା ୧ କୋଟିରୁ ବି ଅଧିକ । ତେବେ ଏହି ବୟସରେ ସେ ରିଟାୟରମେଣ୍ଟ ନେବାକୁ ନିଷ୍ପତ୍ତି ନେଉଛନ୍ତି । ଆପଣ ଏ କଥାକୁ ବହୁତ ସହଜରେ ହସରେ ଉଡାଇ ଦେଇପାରନ୍ତି । ଏହାକୁ ବିଶ୍ୱାସ କରିବା ହୁଏତ ଆପଣଙ୍କ ପକ୍ଷରେ ସମ୍ଭବ ହୋଇ ନ ପାରେ । ଆସନ୍ତୁ ଜାଣିବା ସତ୍ୟ ଘଟଣା ।

ଆମେ କହୁଛୁ ୧୧ ବର୍ଷୀୟ ପିକ୍ସି କର୍ଟିସଙ୍କ କଥା । ପିକ୍ସି ମାସକୁ ୧ କୋଟିରୁ ଅଧିକ ରୋଜଗାର କରିନିଅନ୍ତି । ତାଙ୍କ ପାଖରେ ଏକ ମର୍ସିଡିଜ କାର ମଧ୍ୟ ରହିଛି । ପ୍ରକୃତରେ ପିକ୍ସି ହେଉଛନ୍ତି ଅନଲାଇନ କମ୍ପାନୀ Pixie’s Pixର ମାଲିକାଣୀ । ଏହି କମ୍ପାନୀ ହେୟର ବୋ, ହେଡବ୍ୟାଣ୍ଡ ଇତ୍ୟାଦିର ଡିଲ କରୁଥାଏ । ପିକ୍ସିଙ୍କ ମା ରକ୍ସି କହିଛନ୍ତି ଯେ, ପିକ୍ସି ଏବେ ନିଜ ପାଠପଢା ଏବଂ ଭବିଷ୍ୟତ ଉପରେ ଫୋକସ କରିବାକୁ ଚାହୁଁଛି । ତେଣୁ ନିଜ ବିଜନେସରୁ ବିରତୀ ନେଇ ସେ କ୍ୟାରିୟର ଉପରେ ଧ୍ୟାନ ଦେବାକୁ ଚାହୁଁଛନ୍ତି ।

ପିକ୍ସିଙ୍କୁ ତାଙ୍କ ଦଶମ ଜନ୍ମଦିନରେ ତାଙ୍କ ମା ତାଙ୍କୁ ମର୍ସିଡିଜ କାର ଉପହାର ଦେଇଥିଲେ । ଏହାସହିତ ୧୧ ବର୍ଷରେ ପାଦ ଥାପିବାରୁ ତାଙ୍କ ଜନ୍ମଦିନକୁ ପାଳନ କରିବା ପାଇଁ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ପିକ୍ସିଙ୍କ ପରିବାର । ଏହାପରଠୁ ହିଁ ପିକ୍ସି ସବୁଆଡେ ଚର୍ଚ୍ଚାରେ ରହୁଛନ୍ତି । ଏବେ ବିଜନେସରୁ ତାଙ୍କର ରିଟାୟରକୁ ନେଇ ଚର୍ଚ୍ଚା ଜୋର ଧରିଛି ।

Get real time updates directly on you device, subscribe now.