fbpx

ଖାଲି ଆଖିରେ ଆକାଶରେ ଦେଖନ୍ତୁ ମହାଜାଗତିକ ଦୃଶ୍ୟ

ଭୁବନେଶ୍ୱର,୧୫ ।୪(ଓଡିଶା ଭାସ୍କର):ଆଜିଠାରୁ ଅକାଶରେ ଖାଲି ଆଖିରେ ଦେଖିବେ ବିରଳ ଦୃଶ୍ୟ । ଆଜିଠାରୁ ୧୭ ତାରିଖ ପାର୍ଯ୍ୟନ୍ତ ବୃହସ୍ପତି ,ଶନି ଓ ମଙ୍ଗଳ ଗ୍ରହର ଖୁବ ନିକଟରେ ରହିବ ଚନ୍ଦ୍ର । ଚଳିତ ମାସ ସାରା ସବୁଦିନ ।ଭୋରରୁ ଉତ୍ତର ପୂର୍ବ ଦିଗବଳୟରେ ଏହା ଏକ ଘଣ୍ଟା ଧରି ଦୃଶ୍ୟମାନ ହେବ ।ସୂର୍ଯ୍ୟୋଦୟର ଏକ ଘଣ୍ଟା ପୂର୍ବରୁ ଏହା ଖାଲି ଆଖିରେ ଦେଖିହେବ । ସେହିପରି ଖାଲି ସକାଳ ବେଳା ନୁହେଁ ସନ୍ଧ୍ୟା ସମୟରେ ବି ଆପଣ ଦେଖିପାରିବେ ସଂସାରର ଆଉ ଏକ ବିଚିତ୍ର । ସେହିପରି ଶୁକ୍ରଗ୍ରହ ସନ୍ଧ୍ୟା ସମୟରେ ଉଜ୍ଜ୍ୱଲ ହୋଇ ପଶ୍ଚିମ ଆକାଶରେ ୩ ଘଣ୍ଟା ଧରି ଦେଖାଯିବ । ଆସନ୍ତା ୨୬ ଓ ୨୭ ତାରିଖରେ ବାଙ୍କୁଳି ଚନ୍ଦ୍ର ଶୁକ୍ରଗ୍ରହର ଖୁବ ନିକଟରେ ଦେଖାଯିବ ।

Get real time updates directly on you device, subscribe now.