fbpx
BSKY SKY
BSKY SKY

ବଡ ଖବର: ରାଜ୍ୟରେ ଆଉ ୧୦୮ ପଜିଟିଭ୍ ଚିହ୍ନଟ

BSKY

ଭୁବନେଶ୍ୱର,୧୬ ।୬(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ରାଜ୍ୟରେ ଆଉ ୧୦୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯୫ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୩ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ମାଲକାନଗିରିରେ ସର୍ବାଧିକ ୨୧ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି କେନ୍ଦୁଝର – ୫, ଖୋର୍ଦ୍ଧା – ୭, କେନ୍ଦ୍ରାପଡା – ୯, ଅନୁଗୁଳ – ୧, ବାଲେଶ୍ୱର – ୪, କଟକ – ୧, ଜଗତସିଂହପୁର – ୯, ଗଞ୍ଜାମ – ୮, ପୁରୀ – ୧୫, ଗଜପତି – ୭, ସୁନ୍ଦରଗଡ – ୨, କଳାହାଣ୍ଡି, ବରଗଡ ଓ ବଲାଙ୍ଗୀରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟର ଆଉ ୧୬ ଜଣ ଅଗ୍ନିଶମ କର୍ମଚାରୀ କୋରୋନା ପଜିଟିଭ୍‌ । ପଶ୍ଚିମବଙ୍ଗରେ ଅମ୍ଫନ ପୁନରୁଦ୍ଧାର ସାରି ଫେରିଥିଲେ ଅଗ୍ନିଶମ କର୍ମଚାରୀ । ତେବେ ମୋଟ ୪୧୬୩ ପଜିଟିଭରୁ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୮୫୪ ସୁସ୍ଥ ଓ ୧୨୯୫ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ।

Get real time updates directly on you device, subscribe now.