fbpx

ବଡ ଖବର: ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ ୧୫୬ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର,୧ ।୬(ଓଡିଶା ଭାସ୍କର): ରାଜ୍ୟରେ ଆଉ ୧୫୬ ନୂଆ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଛନ୍ତି । ୧୯ଟି ଜିଲ୍ଲାରୁ ଆଜି ଗୋଟଏ ଦିନରେ ଆଜି ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୧୦୪କୁ ବୃଦ୍ଧି ପାଇଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ କ୍ୱାରେଣ୍ଟାଇନ ସେଣ୍ଟରୁ ୧୫୩ ଓ ସ୍ଥାନୀୟ ଅଞ୍ଚଳରୁ ୩ ଜଣ ଚିହ୍ନଟ ହୋଇଥିବା ଜଣାପଡିଛି । କେନ୍ଦ୍ରାପଡ ଜିଲ୍ଲାରୁ ସର୍ବାଧିକ ୫୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗଞ୍ଜାମରୁ ୧୭, ଯାଜପୁରରୁ ୧୧, ଖୋର୍ଦ୍ଧାରୁ ୩, କଟକରୁ ୨୦, ଜଗତସିଂହପୁରରୁ ୧୪, ଭଦ୍ରକରୁ ୭, ବଲାଙ୍ଗୀରରୁ ୨, ନୟାଗଡରୁ ୩, ସୁନ୍ଦରଗଡରୁ ୩, ବୌଦ୍ଧରୁ ୧, ନୂଆପଡାରୁ ୩, ମୟୂରଭଞ୍ଜରୁ ୩, କେନ୍ଦୁଝରରୁ ୧, କନ୍ଧମାଳରୁ ୯, ମାଲକାନଗିରିରୁ ୧, ସମ୍ବଲପୁରରୁ ୨, ବରଗଡରୁ ୩ ଓ ସୋନପୁରରୁ ୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.